oom

ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ପାଟଣାଗଡ଼ ବିଜେଡି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ବିଜେଡିର ୨୫ ବର୍ଷ ପୂର୍ତ୍ତି ଅବସରରେ ପାଟଣାଗଡ ବିଜେଡି ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପାଟଣାଗଡ ବ୍ଲକ ତମିଆଁ ପଞ୍ଚାୟତର ତମିଆଁ ଗ୍ରାମ ଏବଂ ପାଟଣାଗଡ଼ ଡାକ୍ତରଖାନା ଓ ସରସ୍ଵତୀ ଶିଶୁ ମନ୍ଦିରରେ ବୃକ୍ଷ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ପାଟଣାଗଡ ବ୍ଲକ ଅଧ୍ୟକ୍ଷ ନିଳକାନ୍ତ ବାଗଙ୍କ ତତ୍ୱାବଧାନରେ ବିଧାୟକ ପ୍ରତିନିଧି ସିମାଞ୍ଚଳ ପ୍ରଧାନ, ଜୋନ୍ ନ‍ଂ ୧୪ର ଜିଲ୍ଲା ପରିଷଦ ସଦସ୍ୟା ବିଶେସ୍ୱରୀ ବରିହା, ଖୁଣ୍ଟସମଲାଇ ସମିତି ସଭ୍ୟା ସାବିତ୍ରୀ ନାଗ, ଜୋନ୍ ନଂ ୧୫ର ଜିଲ୍ଲା ପରିଷଦ ସଦସ୍ୟା କସ୍ତୁରୀ ସେଠ, ସମିତି ସଭ୍ୟ ତଥା ଜୋନ୍‌ ୧୪ର ସମ୍ପାଦକ ଗୋବିନ୍ଦ ମେହେର, ଜୟନ୍ତ କୁମ୍ଭାର, ସାବିତ୍ରୀ ନାଗ, ରିଙ୍କୁ ମେହେର, ଅର୍ଜୁନ କୁମ୍ଭାର, ଜୋନ୍‌ ନଂ ୧୪ର ସଭାପତି ଅରକ୍ଷିତ ଦଣ୍ଡସେନା, ବିଜେଡି ମହିଳା ମୋର୍ଚ୍ଚା ସଭାପତି ବିଦୁସ୍ମିତା ମହାକୁର, ନାଏବ ସରପଞ୍ଚ ରାଧେଶ୍ୟାମ ପଣ୍ଡା, ପଞ୍ଚୁଦେବ ବରିହା, ଗଙ୍ଗାଧର ନାଗ, ଆଲୋକ ତ୍ରୀବେଦି, ଅଭିମନ୍ୟୁ ସାହୁ, ସସ୍ମିତା ମେହେର, ଅହଲ୍ୟା ହାତୀ, ଦେବକୀ ପଧାନଙ୍କ ସମେତ ବିଜୁ ଜନତା ଦଳର ଶତାଧିକ କର୍ମକର୍ତ୍ତା ସଦସ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.