ନୀଲମ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ନୀଲମ ଫାଉଣ୍ଡେସନ ତରଫରୁ ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ସେକ୍ଟର ୧୬ ସ୍ଥିତ ଡିଏଭି ସ୍କୁଲଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ପୂର୍ବ ରେଳପଥ ତୃଣମୂଳ କଂଗ୍ରେସ କମିଟିର କେନ୍ଦ୍ରୀୟ ସଂଯୁକ୍ତ ମହାସଚିବ ଜାହାଙ୍ଗିର ହକ୍ ମୁଖ୍ୟଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ କରିବା ସହ ଅନ୍ୟମାନଙ୍କୁ ବୃକ୍ଷରୋପଣ କରିବାକୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ସମସ୍ତ କର୍ମକର୍ତ୍ତା ଓ ନୀଲମ ଫାଉଣ୍ଡେସନର ଅଧ୍ୟକ୍ଷା ଅମ୍ରିତ ନୀଲମ, ବିଜୟ ସୁନ୍ଦରରାୟ, ଅଶୋକ ଦକ୍ଷିଣ ରାୟ, ବିଶ୍ୱଜିତ ରାଉତ, ଜିତେନ ମହାନ୍ତି, ନରେନ୍ଦ୍ର ସିଂ କଲ୍ଲା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ସହ ୫୦ରୁ ଅଧିକ ବୃକ୍ଷ ରୋପଣ କରିଥିଲେ । ଶେଷରେ ଶ୍ରୀ ଦକ୍ଷିଣ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.