ls

ଭତ୍ତାକୁ ଅପେକ୍ଷା କରିଛନ୍ତି ୭୦ ବର୍ଷ ବୟସ୍କା ଅସହାୟ ବୃଦ୍ଧା

sb

ପଦ୍ମପୁର, (ନିରୋଜ କୁମାର ପାଣୀ) : ସରକାର ଗରିବ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ସାହାଯ୍ୟ କରିବା ପାଇଁ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଏହା ସରକାରୀ ଅଫିସରଙ୍କ ଆନ୍ତରିକତାର ଅଭାବ ହେତୁ ଠିକ୍ ଭାବରେ ଅନେକ ସ୍ଥାନରେ କାର୍ୟ୍ୟକାରୀ ହୋଇ ପାରୁନାହିଁ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଇକମାଲ ବ୍ଲକ ସରେଇକେଲା ଗ୍ରାମ ପଞ୍ଚାୟତ ଶୁକୁଳିପାହାଡ ଗାଁରେ । ସଦାମତୀ ରାଉତ ୭୦ ବର୍ଷ ବୟସ୍କା ଜଣେ ଅସହାୟ ଗରିବ ଶ୍ରେଣୀର ବୃଦ୍ଧା । ତାଙ୍କର ୨ଟି ପୁଅ ଜଣେ ବିକଳାଙ୍ଗ ଓ ଅନ୍ୟ ପୁଅ ଦୁର୍ଘଟଣାରେ ପଡି ଚିକିତ୍ସିତ ହେଉଛନ୍ତି ।

ସ୍ୱାମୀ ବିଶ୍ୱେଶ୍ୱର ରାଉତଙ୍କ କିଛି ବର୍ଷ ପୂର୍ବେ ଦେହାନ୍ତ ହୋଇଯାଇଛି । ବାର୍ଦ୍ଧକ୍ୟ ଭତ୍ତା ତଥା ବିଧବା ଭତ୍ତା ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ.ଙ୍କ ପର୍ୟ୍ୟନ୍ତ ବାରମ୍ବାର ଆବେଦନ ନିବେଦନ କଲେ ମଧ୍ୟ କିଛି ଫଳ ହେଉନାହିଁ । ଭତ୍ତାକୁ ଚାହୁଁ ଚାହୁଁ ଦିନ କାଟୁଛନ୍ତି । ଘରେ ରୋଜଗାର କରିବା କ୍ଷମତା ଆଉ କାହାରି ନାହିଁ । ତେଣୁ ଦୁଃଖରେ ଦିନ କାଟୁଛନ୍ତି । ଏ ପରିପ୍ରେକ୍ଷୀରେ ପ୍ରଶାସନର ଦୃଷ୍ଟି ପଡୁ ନଥିବାରୁ ତାଙ୍କୁ ସାହାଯ୍ୟ କରି ଭତ୍ତା ପ୍ରଦାନ କରିବା ପାଇଁ ପ୍ରଶାସନ ଠାରେ ଦାବୀ ହେଉଛି ।

pc pk
Leave A Reply

Your email address will not be published.