oum

୧୦ ଲକ୍ଷ ମୂଲ୍ୟର ବ୍ରାଉନସୁଗାର ଜବତ

jsm

କଟକ : ଆଜି କଟକ ଜିଲ୍ଲା ବିଡ଼ାନାସୀ ଦେଉଳସାହି ଦେବୀଘର ପଛପଟୁ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ବ୍ରାଉନସୁଗାର ଜବତ ହୋଇଛି । ଏହି ଜବତ ଘଟଣା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବ୍ରାଉନସୁଗାର ପାଉଡର ବିକ୍ରୀ କରିବାକୁ ଯୋଜନା କରାଯାଉଥିବା ବେଳେ ବିଡାନାସୀ ଥାନା ପୁଲିସ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଛି । ଖବର ଅନୁଯାୟୀ, କିଛି ମାସ ହେବ ଏହି ବ୍ରାଉନସୁଗାର କାରବାର ହେଉଥିବା ସଂପର୍କରେ ପୋଲିସ ଖବର ପାଇଥିଲା । ଗିରଫ ବ୍ୟକ୍ତି ମାନେ ହେଉଛନ୍ତି ବିଡାନାସୀ ଅଞ୍ଚଳର ଦେବାଶିଷ ବିଶ୍ୱାଳ, ରଘୁନାଥ ଜିଉ, କଲେଜ ଅଞ୍ଚଳର ବିଶ୍ୱରଞ୍ଜନ ସ୍ୱାଇଁ, ଲାଲବାଗ ଖ୍ରୀଷ୍ଟିଆନ୍‌ ସାହିର ଶ୍ରୀରାଜ ପାତ୍‌, ମାଲଗୋଦାମ ଯୋବ୍ରା ଅଞ୍ଚଳର ମନୋଜ କୁମାର ଦାସ ଓ ନୟାଗଡ଼ ସୁନାଖଳାର ସୁମନ୍ତ କୁମାର ମାଝି । ଏମାନଙ୍କ ପାଖରୁ ୧୦୬ ଗ୍ରାମର ବ୍ରାଉନସୁଗାର ଜବତ ହୋଇଥିବା ପୋଲିସ ପକ୍ଷରୁ ସୂଚନା ।

Leave A Reply

Your email address will not be published.