ପୁଣି ଫେରିଲା ତାତି : ୪୫.୯ ଡିଗ୍ରୀରେ ସିଝିଲେ ବୌଦ୍ଧବାସୀ

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଛି ତାତି । ଦେଶର ପଶ୍ଚିମ ଓ ଉତ୍ତରରେ ଥିବା ରାଜ୍ୟ ଭଳି ଓଡ଼ିଶାରେ ମଧ୍ୟ ପ୍ରବଳ ଖରା ଜନଜୀବନ ଅସ୍ତବ୍ୟସ୍ତ କରିଛି । ଉପକୂଳ ଓଡ଼ିଶାରେ ତାପମାତ୍ରା ସାଧାରଣ ଥିବା ବେଳେ ପଶ୍ଚିମ ଓଡ଼ିଶାରେ ପ୍ରବଳ ଖରା ହୋଇଛି । ବୌଦ୍ଧରେ ତାପମାତ୍ରା ୪୫.୯ ଡିଗ୍ରି ରେକର୍ଡ କରାଯାଇଛି । ସେହିପରି ସୋନପୁରରେ ୪୫.୩ ଓ ଟିଟିଲାଗଡ଼ରେ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ‌ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି ।

Leave A Reply

Your email address will not be published.