କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା

ବୌଦ୍ଧ : କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଥିବା ନେଇ ଜଣାପଡ଼ିଛି । ବୌଦ୍ଧ ଜିଲା କଣ୍ଟାମାଳକୁ ସବ୍‌ଡିଭିଜନ, ଏନ୍‌ଏସି ମାନ୍ୟତା ସହ ଏକ ସବ୍‌ଜେଲ ପ୍ରତିଷ୍ଠା ଦାବିରେ କଣ୍ଟାମାଳ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଏହି୧୨ ଘଣ୍ଟିଆ କଣ୍ଟାମାଳ ବନ୍ଦ ଡାକରା ଦିଆଯାଇଥିବା ସୂଚନା ରହିଛି । ଫଳରେ ଦୋକାନ ବଜାର, ଗାଡ଼ି ଚଳାଚଳ ସବୁ ବନ୍ଦ ରହିଛି। ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଏହି ବନ୍ଦ ପାଳନ କରାଯିବ ବୋଲି କଣ୍ଟାମାଳ ଓକିଲ ସଂଘ ସଭାପତି ଦୂତିଆ ଚରଣ ସାହୁ କହିଛନ୍ତି । ବୈଠକରେ ଓକିଲ ସଂଘ, ବଣିକ ସଂଘ, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସମେତ ଅଞ୍ଚଳର ସଚେତନ ନାଗରିକ ଏବଂ ବିଭିନ୍ନ ସଙ୍ଗଠନର ସଦସ୍ୟ ଯୋଗ ଦେଇଥିଲେ ।

Leave A Reply

Your email address will not be published.