ବ୍ରହ୍ମଗିରି, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ବ୍ରହ୍ମଗିରି ଦଣ୍ଡୁଆସିପଡା ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଲି ଖେଳ ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାପଡିଛି । ୧୫ରୁ ଅଧିକ ବୋମା ମାଡ କରି ଦୁର୍ବୃତ୍ତ ଫେରାର୍ ମାରିଥିଲେ । ତେବେ ଗୋଟିଏ ପକ୍ଷର କିଛି ଯୁବକ ଅପର ପକ୍ଷେ ଉପରେ ବୋମା ମାଡ କରିଥିବା ଜଣାପଡିଛି । ପୂର୍ବରୁ ପଞ୍ଚାୟତ ନିର୍ବାଚନ ସମୟରେ ରାଜନୈତିକ ଶତ୍ରୁତାରୁ ମଧ୍ୟ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବୋମା ମାଡ ହୋଇଥିଲା ।