ବୋଡ଼େନ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟଙ୍କା କାରବାର ଅଭିଯୋଗ : ବାରମ୍ବାର ଅଭିଯୋଗ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ

ନୂଆପଡ଼ା, (ଅଜିତ ବେହେରା) : ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସ୍ୱାସ୍ଥ୍ୟ ବିଭାଗ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଏବଂ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟା ପାଇଁ ରାଜ୍ୟରେ କିମ୍ଵା ରାଜ୍ୟ ବାହାରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ହେଲେ କିଛି ଲାଞ୍ଚୁଆ ଅମାନୁସିକ କର୍ମଚାରୀଙ୍କ ପାଇଁ ଆଜି ସ୍ୱାସ୍ଥ୍ୟ ବିଭାଗ ବଦନାମ ହେଉଛି । ଯାହାର ଉଦାହରଣ ନୂଆପଡ଼ା ଜିଲ୍ଲା ବୋଡ଼େନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି । ଅଭିଯୋଗ ଅନୁଯାୟୀ ଏଠି ଅନେକ ଦିନରୁ ବିଭିନ୍ନ ମାଗଣା ସେବାକୁ ଜୋର୍‌ ଜବରଦସ୍ତି କରି ଟଙ୍କା ନେଉଥିବା ଅଭିଯୋଗ ହୋଇଥାଏ ଏବଂ ଖବର ପ୍ରସାରଣ ପରେ ମଧ୍ୟ ଉପରୋକ୍ତ ଅଧିକାରୀ ଚୁପ ହୋଇରହିଥାନ୍ତି । ଯାହା ଫଳରେ ଲାଞ୍ଚ ନେଉଥିବା କର୍ମଚାରୀ ତାର କାରବାର ଜାରି ରଖିଥାଏ । ଯାହା ଆଜି ପୁଣି ଥରେ ଘଟିଛି । ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ସ୍ଥିତ ଖଇଁରା ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭ ଯନ୍ତ୍ରଣା ହେବା ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ତୁରନ୍ତ ବୋଡ଼େନ ଗୋଷ୍ଠିୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପାଇଁ ବାହାରି ଗଲେ ହେଲେ ଭଗବାନଙ୍କ ଆଶିର୍ବାଦ କୃପା ବଳରେ ସୁରକ୍ଷିତ ଭାବରେ ଅଧାରାସ୍ତାରେ ହିଁ ଶିଶୁଟି ଜନ୍ମ ହୋଇଯାଇଥିଲା । ତଥାପି ପରିବାର ଲୋକେ ଶିଶୁର ସ୍ୱାସ୍ଥ୍ୟ ସମ୍ପର୍କରେ ଜାଣିବା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିଲେ । କର୍ମଚାରୀମାନେ ଓଜନ ମାପିବା ସହ କିଛି ଜରୁରୀକାଳୀନ ସେବା ଦେଇଥିଲେ । ହେଲେ ଅତି ଦୁଃଖର ବିଷୟ ହେଉଛି ଯେ ସମସ୍ତ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ମାଗଣା ରହିଥିବା ବେଳେ ବୋଡ଼େନ ସ୍ୱାସ୍ଥ୍ୟ କେନ୍ଦ୍ରରେଏହାର ଓଲଟା ହେଉଛି । ବୋଡ଼େନ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟଙ୍କା ନେଉଥିବା ଅଭିଯୋଗ ହେଉଛି । ଲୋକଙ୍କ ଅଭିଯୋଗ ଅନୁଯାୟୀ ଅନେକ ଦିନ ଠାରୁ ଯତେ ମଧ୍ୟ ଶିଶୁ ଜନ୍ମ ନେଇଛନ୍ତି ସେଥି ନିମନ୍ତେ ସେବା ଯୋଗାଉ ଥିବା ନର୍ସମାନେ ଜୋର ଜବରଦସ୍ତି କରି ଜଣଙ୍କ ପ୍ରତି ଏକ ହଜାର ଟଙ୍କା ନେଉଥିବା କଥା ବର୍ତ୍ତମାନ ଚର୍ଚ୍ଚା ହେଉଛି । ଯାହା ଆଗରୁ ମଧ୍ୟ ଅନେକ ଥର ଖବର ପ୍ରସାରଣ ହୋଇଛି । ଏହି ଘଟଣା ବିଷୟରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଅବଗତ କରାଯାଇଛି, ହେଲେ ଏହି ପ୍ରକାର କାର୍ଯ୍ୟକଳାପ ବଢ଼ି ଚାଲିଛି ଥମିବାର ନା ନେଉନି । ଯେଉଁଥି ପାଇଁ ଆଜି ସେଥିର ଶିକାର ହେଇଛନ୍ତି ଗୋଟେ ନିରୀହ ପରିବାର । ଖବର ପ୍ରସାରଣ ପରେ ଦେଖିବାକୁ ବାକି ରହିଲା ବିଭାଗୀୟ ଅଧିକାରୀ କି ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.