ବିଏମ୍‌ସି ବିଲ୍ଡିଂର ଅନୁଧ୍ୟାନ କଲେ କମିଶନର : ମେ’ରେ ହେବ ଉଦ୍‌ଘାଟନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବହୁ ପ୍ରତିକ୍ଷୀତ ବିଏମ୍‌ସି ମୁଖ୍ୟାଳୟ ଆସନ୍ତା ମେ ମାସରେ ଉଦ୍‌ଘାଟନ ହେବାକୁ ଯାଉଛି । ଏନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ବିଏମ୍‌ସି କମିଶନର ସଂଜୟ ସିିଂହଙ୍କ ସହ ବରିଷ୍ଠ ଅଧିକାରୀ କୋଠା ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି । ଏବେ ବିଲ୍ଡିଂ ଭିତରର ଇଣ୍ଟେରିଅର କାମ ଚାଲିଛି । ଫର୍ଣ୍ଣିଚର ଓ ଅଫିସ୍‌ ଷ୍ଟେସନାରୀ ବି ଆଗରୁ ଆସି ସାରିଛି । ଏପ୍ରିଲ ଶେଷ ସୁଦ୍ଧା କାମ ସମ୍ପୂର୍ଣ୍ଣ କରିବାକୁ ପ୍ରସ୍ତୁତି ଚାଲିଛି । ପ୍ରଥମ କର୍ପୋରେସନ ବୈଠକ ଏହି ବିଲ୍ଡିଂରେ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଆସନ୍ତା ୯ ତାରିଖରେ ନବନିର୍ବାଚିତ ମେୟର ଏବଂ କର୍ପୋରେଟର ଶପଥ ନେବା ସହ ଡେପୁଟି ମେୟର ପାଇଁ ନିର୍ବାଚନ ହେବ । ମେ’ ମାସରେ ପ୍ରଥମ କର୍ପୋରେସନ ବୈଠକ ହେବ । ତେଣୁ ପ୍ରଥମ କର୍ପୋରେସନ ବୈଠକ ଏହି ନୂଆ ବଲ୍ଡିଂରେ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେଣୁ ଇଣ୍ଟେରିଅର କାମକୁ ଜୋରଦାର କରିବା ପାଇଁ ବିଏମ୍‌ସି କିମିଶନର ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି । ୨ ସ୍ପିପ୍ଟରେ ଇଣ୍ଟେରିଅର କାମ ହେବ । ମେ ମାସରେ ମୁଖ୍ୟମନ୍ତ୍ରୀ ଏହି ଅଟ୍ଟାଳିକାକୁ ଉଦ୍‌ଘାଟନ କରିବାର କାର୍ୟ୍ୟକ୍ରମ ରହିଛି । ଏହି ବିଲ୍ଡିଂରେ ମୋଟ ୧୧ ମହଲା ରହିଛି । ଏହାର ବେସ୍‌ମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର୍‌ ଓ ଅନ୍ୟ ୩ଟି ମହଲାରେ ବିଏମ୍‌ସି ଅଫିସ କାର୍ୟ୍ୟ କରିବ । ଚତୁର୍ଥ ଓ ପଞ୍ଚମ ମହଲାରେ ସ୍ମାର୍ଟ ସିଟି ଲିମିଟେଡ୍‌ ଅଫିସ୍‌ ରହିବ । ଏଠାରେ ସ୍ମାର୍ଟ ସିଟିର କଣ୍ଟ୍ରୋଲ ରୁମ୍‌ କୁହାଯାଉଥିବା ଇଣ୍ଟେଲିଜେଣ୍ଟ ସିଟି ଅପରେସନସ୍‌ ଆଣ୍ଡ ମ୍ୟାନେଜମେଣ୍ଟ ସେଣ୍ଟର (ଆଇସିଓଏମ୍‌ସି) କାର୍ଯ୍ୟକ୍ଷମ ହେବ । ସେହିଭଳି ବିଲ୍ଡିଂର ୬ରୁ ୧୧ ମହଲା ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର ହେବ ବୋଲି ସୂଚନା ରହିଛି ।

Leave A Reply

Your email address will not be published.