ଖଣ୍ଡଗିରି ମେଳା ଓ ଯାତ୍ରା ଉତ୍ସବ ପାଇଁ ଗାଇଡଲାଇନ୍‌ ଜାରି କଲା ବିଏମ୍‌ସି

ଭୁବନେଶ୍ୱର : ଖଣ୍ଡଗିରି ମେଳା ଓ ଯାତ୍ରା ଉତ୍ସବ ପାଇଁ ବିଏମ୍‌ସିର ଗାଇଡଲାଇନ ଜାରି । ଆସନ୍ତା ମାଘ ସପ୍ତମୀରୁ ଖଣ୍ଡଗିରିରେ ପ୍ରସିଦ୍ଧ କୁମ୍ଭମେଳା ଆରମ୍ଭ ହେବ । ତେଣୁ ଯାତ୍ରାକୁ ମିଳିଛି ଅନୁମତି । କୋଭିଡ ଗାଇଡଲାଇନ୍‌ ଅନୁଯାୟୀ, ପ୍ରସିଦ୍ଧ ଖଣ୍ଡଗିରି ମେଳା ଚାଲିବ ବୋଲି ବିଏମ୍‌ସି ପକ୍ଷରୁ ଅନୁମତି ମିଳିଛି । ୩୦ ତାରିଖରୁ ୫ଟି ପେଣ୍ଡାଲରେ ଆରମ୍ଭ ହେବ ଯାତ୍ରା । ନାଟକ ପରିବେଷଣ କରିବେ ଯାତ୍ରା ପାର୍ଟି । ଏହି ଖଣ୍ଡଗିରି ମେଳା ୧୦ ଦିନ ପର୍ଯ୍ୟନ୍ତ ଜାରି ରହିବ । ତେବେ କୋଭିଡ ନିୟମ ଅନୁଯାୟୀ, ଯାତ୍ରା ପେଣ୍ଡାଲ ପ୍ରବେଶ ପଥରେ ଆୟୋଜକ ରଖିବେ ସାନିଟାଇଜର୍ । ଯାତ୍ରା କମିଟି ସଦସ୍ୟ ଏବଂ ସ୍ୱେଚ୍ଛାସେବୀମାନେ ସମ୍ପୂର୍ଣ୍ଣ କରୋନା ଟିକା ନେଇଥିବା ଜରୁରୀ । ନିୟମ ଅନୁଯାୟୀ, ଦର୍ଶକଙ୍କ ସିଟ୍‌ ବ୍ୟବସ୍ଥା ରହିବ । ଏଥିସହିତ ଅଗ୍ନି ନିର୍ବାପକ ଡଷ୍ଟବିନ୍‌ ଆଦି ରଖାଯିବା ବାଧ୍ୟତାମୂଳକ ବୋଲି ବିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.