ମୁରିବାହାଲ ଡ଼ିଗ୍ରୀ କଲେଜର ଯୁବ ରେଡ଼କ୍ରସ ଓ ଏନ୍‌ଏସ୍‌ଏସ୍‌ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର : ୨୬ୟୁନିଟ ରକ୍ତ ସଂଗ୍ରହ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ସୋମବାର ଯୁବ ରେଡ଼କ୍ରସ ଓ ଜାତୀୟ ସେବା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣାନନ୍ଦ ପୁଟେଲ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । କଲେଜ ରେଡ଼କ୍ରସ କାଉନସିଲର ଘନଶ୍ୟାମ ଖମାରୀ ଓ ସେବା ଶିବିରର କୋର୍ଡିନେଟର ଛନ୍ଦାଚରଣ ଖୁଣ୍ଟିଆଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସହ ମୋଟ ୨୬ଜଣ ରକ୍ତଦାନ କରିଥିଲେ । ଏହି ରକ୍ତଦାନ କାର୍ଯ୍ୟକ୍ରମରେ ଅଧ୍ୟାପକ ଗୁଣସାଗର ମେହେର, ପୂର୍ଣ୍ଣଚନ୍ଦ୍ର ପଧାନ, ଦିଲୀପ କୁମାର ପଶାୟତ, ସୋମେଶ ଦତ୍ତ ହୋତା, ଭ୍ରିଙ୍ଗରାଜ ରଣା, ପ୍ରେମଚାନ୍ଦ ତାଣ୍ଡି, ଏବଂ ଛାତ୍ର ରାକେଶ, ତପନ, ମୋହନ, ମିଥୁନ ରମେଶ, ଓ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ ପ୍ରମୁଖ ସହଯୋଗ କରିଥିଲେ । କଣ୍ଟାବାଞ୍ଜି ବ୍ଲଡ ବ୍ୟାଙ୍କର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ ।

Leave A Reply

Your email address will not be published.