
ଦେଓଗାଁ, (ମନୀଷ କମୁାର ସାହୁ) : ଦେଓଗାଁ ବ୍ଲକ ଅଧ୍ୟକ୍ଷା ରୀନା ମେହେରଙ୍କ ଦ୍ୱାରା ବ୍ଲକର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ତଥା ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ସାରସମାଲ ଠାରେ ଥିବା ଗ୍ରାମ ପଂଚାୟତ ହାଇସ୍କୁଲରେ ୬ ଲକ୍ଷ ୬୪ ହଜାର ଟଙ୍କା ବ୍ୟୟରେ ବାଳିକାମାନଙ୍କ ପାଇଁ ନିର୍ମାଣ ହେବାକୁ ଥିବା କମନ୍ ରୁମର ଶ୍ରୀମତୀ ମେହେର ଶିଳାନ୍ୟାସ କରିଥିବା ବେଳେ କରୁଆଁଝର ପରିଆମୁଣ୍ଡାରେ ପଂଚଦଶ ଅର୍ଥ କମିଶନଙ୍କ ଦ୍ୱାରା ପ୍ରଦତ୍ତ ୩ ଲକ୍ଷ ୩୨ ହଜାର ଟଙ୍କା ଓ ବିଜୁ କେବିକେ ରାଜ୍ୟ ଅଂଶରୁ ପ୍ରାପ୍ତ ୫ ଲକ୍ଷ ଟଙ୍କାର ମାଟି ଉନ୍ନତି କାମର ଭୂମି ପୂଜନ କରିଥିଲେ । ସେହିପରି କରୁଆଁଝର ଗାଁରେ ୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣଧିନ ଥିବା ମହିଳା ସ୍ୱୟଂ ସହାୟିକା କେନ୍ଦ୍ର ଓ ହାଇସ୍କୁଲ ଖେଳ ପଡିଆ ଠାରେ ୩ ଲକ୍ଷ ୩୨ ହଜାର ଟଙ୍କାରେ ନିର୍ମାଣଧିନ ଥିବା କଂକ୍ରିଟ କାମ ତଦାରଖ କରିଥିଲେ । ସାରସମାଲ, କନକପୁର, ଚୋରମରା ଓ କରୁଆଁଝର ଗ୍ରାମର ପାନୀୟ ଜଳ ସମସ୍ୟା ନେଇ ଶ୍ରୀମତୀ ମେହେର ସ୍ଥାନୀୟ ଲୋକଙ୍କ ସହିତ ଆଲେଚାନ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମ କୋଭିଡ ଗାଇଡ୍ ନିୟମକୁ ମାନି ଆୟୋଜନ କରାଯାଇଥିଲା । ସାମ୍ପ୍ରତିକ ସମୟରେ କରୋନା ଉଗ୍ରରୂପ ନେଇଛି । ତେଣୁ କୋଭିଡକୁ ନେଇ ସରକାର ଜାରି କରିଥିବା ନିମୟକୁ କଡାକଡି ଭାବେ ପାଳନ କରିବା ପାଇଁ ଶ୍ରୀମତୀ ମେହେର ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ନିୟମିତ ଭାବେ ହାତ ଧୋଇବା, ମାସ୍କ ପିନ୍ଧିବା ଓ ସାନିଟାଇଜ କରିବା ଏକାନ୍ତ ଆବଶ୍ୟକ ବୋଲି ସେ କହିଥିଲେ । ସତର୍କତା ଦ୍ୱାରା ହିଁ ଏହି ମହାମାରୀ ସହିତ ଆମେ ଲଢି ପାରିବା ଓ ସୁରକ୍ଷିତ ରହି ପାରିବା ବୋଲି ମଧ୍ୟ ସେ କହିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଲକ୍ଷ୍ମଣ କୁମାର ମେହେର ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମରେ ସମିତି ସଭ୍ୟ ପ୍ରମୋଦ କୁମାର ମିଶ୍ର, ଅମର ସିଂ ଭୋଇ, ସାରସମାଲ ସରପଂଚ କୁମୁଦିନୀ ବାଗ, ବଡବନ୍ଧ ସରପଂଚ ଧୁବଲେ ରାଉତ, ପୂର୍ବତନ ସରପଂଚ ଅନ୍ତର୍ଯ୍ୟାମୀ ଭୋଇ, ଚିତ୍ରସେନ ପ୍ରଧାନ, ପ୍ରଦୀପ ପ୍ରଧାନ, ଡୋଲାମଣୀ ଭୋଇ, ଅଗସ୍ତି ବାଗ, ସେନାପତି ବାରିକ, ଛାୟାକାନ୍ତ ଭୋଇ, ଅଇଁଠୁ ରଣା, ଜିତୁଲାଲ ସାହୁ, ରମେଶ ଚନ୍ଦ୍ର ମିଶ୍ର, ଚହଲୁ ପୋଢ ଓ ଗୋପୀନାଥ ବାଗ ପ୍ରମୁଖ ଉପସ୍ଥିତ ଥିଲେ ।