jayashree

ସାଇବର୍‌ ପୋଲିସ୍‌ ଦ୍ୱାରା ମହା ବ୍ଲାକ୍‌ମେଲର୍‌ ଗିରଫ୍‌

କଟକ : କଟକ ସାଇବର ପୋଲିସ ଦ୍ୱାରା ଜଣେ ମହା ବ୍ଲାକ୍‌ମେଲର୍‌ ଗିରଫ୍‌ ହୋଇଥିବା ଜଣାପଡ଼ିଛି । ଝିଅମାନଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆଇଡିରୁ ଫଟୋ ଆଣି ବ୍ଲାକମେଲ୍‌ କରୁଥିବା ଅଭିଯୋଗରେ ସାଇବର୍‌ ପୋଲିସ୍‌ ସଂପୃକ୍ତ ଅଭିଯୁକ୍ତଙ୍କୁ ଗିରଫ୍‌ କରିଥିବା ଜଣାପଡ଼ିଛି । ଗିରଫ୍‌ ଅଭିଯୁକ୍ତ ଜଣକ ଦିନେଶ ସେଠୀ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ କେବଳ କଟକର ଶହେ ଜଣ ଯୁବତୀଙ୍କୁ ବ୍ଲାକମେଲ କରିଥିଲେ ସଂପୃକ୍ତ ଯୁବକ । ଆପତ୍ତିଜନକ ଫଟୋ ଡିଲିଟ୍‌ କରିବା ପାଇଁ ବାବୁ ମାଗୁଥିଲା ଟଙ୍କା । କେନ୍ଦ୍ରାପଡ଼ାର ଏହି ଯୁବକ ଦିନେଶଙ୍କୁ ଦୀର୍ଘ ଗୋଟିଏ ବର୍ଷ ହେଲା ପୋଲିସ ଖୋଜୁଥିବା ବେଳେ ଏବେ ସାଇବର୍‌ ପୋଲିସ୍‌ ହାତରେ ଧରାପଡ଼ିଛନ୍ତି ମହା ବ୍ଲାକ୍‌ମେଲର୍‌ ଯୁବକ । କୁହାଯାଉଛି ଅସଂଖ୍ୟ ଯୁବତୀଙ୍କୁ ସାଇବର୍‌ ଜାଲରେ ଦିନେଶ ଫସାଇ ଟଙ୍କା ଅସୁଲି କରୁଥିଲେ । ଇନ୍‌ଷ୍ଟାଗ୍ରାମ ଚଳାଉଥିବା ୟୁଜର୍‌ମାନଙ୍କୁ ଏଭଳି ବ୍ୟକ୍ତିମାନଙ୍କ ପ୍ରତି ସାବଧାନ ରହିବାକୁ ପୋଲିସ ପକ୍ଷରୁ ସଚେତନ କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.