jayashree

ମାଟି ତଳୁ ନାବାଳକ ଲଳିତ ଜୈନଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଏସ୍‌ପିଙ୍କୁ ଭେଟିଛନ୍ତି ବିଜେପି ସଦସ୍ୟମାନେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମାଟି ତଳୁ ନାବାଳକ ଲଳିତ ଜୈନଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ କଂଟାବାଂଜିରେ ଏବେ ଚର୍ଚ୍ଚା ଲାଗି ରହିଥିବା ବେଳେ ବିଜେପି ସଦସ୍ୟମାନେ ବଲାଙ୍ଗିର ଏସ୍‌ପି ରିଷିକେଶ ଖିଲାରୀଙ୍କୁ ଭେଟି ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ପାଇଁ ଦାବୀ କରିଛନ୍ତି । ବଲାଙ୍ଗିର ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି, ଜୈନ ତେରାପନ୍ଥ ସମାଜ ରାଜ୍ୟ ସଭାପତି ମୁକେଶ ଜୈନ ଓ ନରସିଂହ ସିଂହ ଏସ୍‌ପି ଶ୍ରୀ ଖିଲାରୀଙ୍କ ସହ ଆଲୋଚନା କରି ଏହି ଘଟଣାର ଉଚିତ ତଦନ୍ତ କରାଯିବାକୁ କହିଛନ୍ତି । ଏହି ଘଟଣାରେ ସମସ୍ତ ଦୋଷୀମାନଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ସଦସ୍ୟଙ୍କ ପକ୍ଷରୁ ଦାବୀ କରାଯାଇଥିବା ବେଳେ ଏସ୍‌ପି ଶ୍ରୀ ଖିଲାରୀ ଏହି ଘଟଣାରେ ସଂପୃକ୍ତ ସମସ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସୂଚନାଯୋଗ୍ୟ ଯେ, ପରିବାର ଲୋକଙ୍କ ଅଭିଯୋଗକୁ ନେଇ ଏହି ଘଟଣାରେ ସଂପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତ ବିଶାଲ ଅଗ୍ରୱାଲ ଓ ବିକାଶ ଅଗ୍ରୱାଲଙ୍କୁ ଗିରଫ୍‌ କରାଯାଇଛି । ତେବେ ଏହି ଘଟଣାର ତଦନ୍ତ ଚାଲିଛି । ଅନ୍ୟ କାହାର ବି ସଂପୃକ୍ତି ଏହି ଘଟଣାରେ ରହିଥିଲେ ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଶ୍ରୀ ଖିଲାରୀ କହିଛନ୍ତି ।

Leave A Reply

Your email address will not be published.