
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ପାଇକମାଲ ଗ୍ରାମର ବିଶିଷ୍ଟ ବିଜେପି ନେତ୍ରୀ ଶ୍ରୀମତୀ ସୁଭାଷିନୀ ପ୍ରଧାନ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାନେତ୍ରୀ ଭାବେ ମନୋନୀତ ହୋଇଛନ୍ତି । ଶ୍ରୀମତୀ ପ୍ରଧାନ ବିଜେପି ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ପଦବୀ ପାଇଥିବାରୁ ନିଜେ ଖୁସି ବ୍ୟକ୍ତ କରିବା ସହ ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି, ସାଂସଦ ସୁରେଶ ପୂଜାରୀ, ଜିଲ୍ଲା ସଭାପତି ଅଶ୍ଵିନୀ ଷଡ଼ଙ୍ଗୀ, ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତଙ୍କୁ କୃତଜ୍ଞତା ଜଣାଇବା ସହ ଅଞ୍ଚଳର ମହିଳା ମାନଙ୍କର ଅଗ୍ରାଧିକାର ପାଇଁ ସବୁବେଳେ ପ୍ରତିଜ୍ଞାବଦ୍ଧ ଅଟନ୍ତି ବୋଲି ପ୍ରକାଶ କରିଛନ୍ତି ।
ବିଜେପି କର୍ମକର୍ତ୍ତାଙ୍କ ଆର୍ଶିବାଦ ଏବଂ ଅଞ୍ଚଳର ସମସ୍ତ ସ୍ତରର ବିଜେପି କର୍ମୀଙ୍କ ସହଯୋଗ କାମନା କରିଛନ୍ତି । ଶ୍ରୀମତୀ ପ୍ରଧାନ ବିଜେପି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ପଦବୀ ମନୋନୀତ ହୋଇଥିବାରୁ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ଏବଂ ବିଶେଷ କରି ମହିଳା ମାନଙ୍କ ମଧ୍ୟରେ ଶ୍ରୀମତୀ ପ୍ରଧାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଛୁଟୁଛି ।
ଶ୍ରୀମତୀ ପ୍ରଧାନ ବିଜେପି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ପଦବୀରେ ମନୋନୀତ ହୋଇଥିବାରୁ ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ମହିଳାଙ୍କ ବିକାଶ ଦିଗରେ ପଦକ୍ଷେପ ନେବା ପାଇଁ ଆଶା ବ୍ୟକ୍ତ କରାଯାଇଛି । ଶ୍ରୀମତୀ ପ୍ରଧାନଙ୍କୁ ପଦ୍ମପୁର ପୂର୍ବତନ ବିଧାୟକ ତଥା ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ଶୁଭେଚ୍ଛା ଜଣାଇଛନ୍ତି ।