oom

ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଦ୍ବିତୀୟ ଦିନ ଧାରଣା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ବିଜେପୁର ବ୍ଲକ ସାଇପାଲି ସେବା ସମବାୟ ସମିତି ବ୍ୟାଙ୍କ ସମ୍ମୁଖରେ ବରଗଡ ଜିଲ୍ଲା କୃଷକ ମୋର୍ଚ୍ଚାର ପକ୍ଷରୁ ଦ୍ବିତୀୟ ଦିନର ଧାରଣା ଦିଆଯାଇଥିଲା । ଚାଷୀ ମାନଙ୍କ ପାଖରେ ଟୋକନ ଥିଲେ ମଧ୍ୟ ଧାନ ବିକ୍ରି କରିପାରି ନ ଥିବା ତଥା କେତେକ ଚାଷୀଙ୍କ ଟୋକନ ବାତିଲ ହୋଇଥିବା ପ୍ରତିବାଦରେ ଧାରଣରେ ଦିଆଯାଇଥିଲା । ଗତକାଲି ଠୁ ଧାରଣା ଓ ତାଲା ବନ୍ଦର ଆଜି ଦ୍ବିତୀୟ ଦିନରେ ପହଞ୍ଚିଥିବା ବେଳେ ଜିଲ୍ଲା ପ୍ରଶାସନ ଧାରଣ ସ୍ଥଳକୁ ପହଞ୍ଚିପାରି ନାହିଁ । ଚାଷୀମାନଙ୍କ ସମସ୍ୟାର ସମାଧାନ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ବରଗଡ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ସଭାପତି ଶ୍ରୀକାନ୍ତ ମିଶ୍ର ସୂଚନା ଦେଇଛନ୍ତି । ଆଜି ଦ୍ବିତୀୟ ଦିନ ଧାରଣରେ ଜିଲ୍ଲା କୃଷକ ମୋର୍ଚ୍ଚା ଉପସଭାପତି ଭୋଜରାଜ ସାହୁ, ସାଇପାଲି ମଣ୍ତଳ ସଭାପତି ସଜ୍ଜନ ଦଣ୍ତସେନା, ଝସକେତନ ଦଣ୍ତସେନା, ଭାସ୍କର ସାହୁ, ବିକାଶ ସାହୁ, ଲକ୍ଷ୍ମୀଧର ବାଗ, ବିଜୟ କୁମାର ସାହୁ, ଅକ୍ଷୟ କୁମାର ସାହୁ ସମେତ ଚାଷୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.