oom

ବିଜେଡ଼ି ପରେ ବିଜେପିର ରଣହୁଙ୍କାର : ଯାଦବ ସମାଜ ଭୋଟର ବିଜେଡି ପାଇଁ କଣ୍ଟା ସାଜିବ, ବିଜେଡି ଦଳ ଛାଡି ବିଜେପିରେ ସାମିଲ ହେଲେ ଶତାଧିକ କର୍ମୀ

jsmm

ସଇଁନ୍ତଲା, (ପ୍ରମୋଦ କୁମାର ସେଲମା) : ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ନେତା ମନ୍ତ୍ରୀଙ୍କ ପ୍ରଚାର ପ୍ରସାର ସେତିକି ବଢିବାରେ ଲାଗିଛି । ଭୋଟରକୁ ହାତେଇବା ପାଇଁ ଏବେ ଗାଁ ଗାଁରେ ରାଜନେତାଙ୍କ ଭିଡ଼ ଦେଖିବାକୁ ମିଳିଛି । କିନ୍ତୁ ସବୁବେଳେ ନିର୍ବାଚନରେ ଚର୍ଚ୍ଚା ରହିଥାଏ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର । ସଇଁନ୍ତଲା ବ୍ଳକ । ଏହି ଜୋନରେ ରାଜନୈତିକ ଦଳ ମଧ୍ୟରେ ଭୋଟ ହାତେଇବା ପାଇଁ ଜୋରଦାର ପ୍ରସ୍ତୁତି ଉଦ୍ୟମ କରାଯାଇଥିବା ବେଳେ ବିଜେଡି ଦଳ ପାଇଁ ଯାଦବ ସମାଜ ଭୋଟର କଣ୍ଟା ସାଜିବ ବୋଲି ବେଶ ଆଲୋଚନା ହେଉଛି । ଟିକ୍ରାପଡ଼ା ୩୦ ନମ୍ବର ଜୋନ ପାଇଁ ଜିଲ୍ଲା ପରିଷଦ ଟିକଟ ପାଇଁ ଅନେକ କର୍ମୀ ଆଶାୟୀ ରହିଥିଲେ । ଯାହା ଫଳରେ ଟିକଟ ନ ମିଳିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଯାହା ଫଳରେ ବିଜେପି ଦଳକୁ ଭିତିରିଆ ସାରି ବିଜେଡି ଦଳର କର୍ମୀଙ୍କ ଅନେକ ସମର୍ଥନ ରହୁଥିବା ଆଲୋଚନା ହେଉଛି । ଏହି ପରିପ୍ରେକ୍ଷୀରେ ଆଜି ଟିକ୍ରାପଡା ଓ କେନ୍ଦୁଉଡାରଠାରେ ବିଜେପିର ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଏଥିରେ ଟିଟିଲାଗଡ଼ ବରିଷ୍ଠ ବିଜେପି ନେତା ମହେନ୍ଦ୍ର କୁମାର ଠାକୁର ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁପେତ ବାଗଙ୍କ ନେତୃତ୍ୱରେ ଦୁଃଖଶ୍ୟାମ ବଗର୍ତ୍ତି, ସରୋଜ ମିର୍ଦ୍ଧା, ବାଲେଶ୍ଵର ଖରସେଲ, ଦସୁ ନାଗ, ଲକ୍ଷଣ ବଗର୍ତ୍ତି, ଅଭିମନ୍ୟୁ ମିର୍ଦ୍ଧା, ଧନୀରାମ ବାଗ, ଦିବାକର ବଗର୍ତ୍ତି, ନେପାଳ ବଗର୍ତ୍ତିଙ୍କ ସମେତ ଶତାଧିକ ବିଜେଡି କର୍ମୀ ବିଜେପି ଦଳରେ ସାମିଲ ହୋଇଛନ୍ତି । ଏଥିରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁଙ୍କ କାର୍ଯ୍ୟକଳାପରେ କର୍ମୀଙ୍କ ପ୍ରତି ଅଣଦେଖା ଯୋଗୁଁ ଅସନ୍ତୋଷ ପ୍ରକାଶ କରି ବିଜେଡି ଦଳ ଛାଡିଥିବା ପ୍ରକାଶ କରିଛନ୍ତି । ଅନ୍ୟପଟେ ଏହି ଜୋନ ପାଇଁ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ସୁପେତ ବାଗ ମଇଦାନକୁ ଓହ୍ଲାଇ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ତେବେ ଶ୍ରୀ ବାଗ ଯାଦବ ସମାଜର ହୋଇଥିବା ବେଳେ ଯାଦବ ସମାଜର ଶତାଧିକ ଭୋଟରଙ୍କ ସମର୍ଥନ ରହିଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମରେ ଗଦାଧର ବଗର୍ତ୍ତି, ଉତ୍ତମ ବରିହା, ମହେନ୍ଦ୍ର ଅମାତ, ଅନିରୁଦ୍ଧ କର୍ଣ୍ଣ, ବିବେକ ରାଜପଲିଆ, କରୁଣା ପସାୟତ, ଧରମ ସିଂ ଦେଓ, ରାଜ କୁମାର କଲେତ, ଗୋପବନ୍ଧୁ ବଗର୍ତ୍ତି, ଜଗନ୍ନାଥ ବୁଡେକ, ପ୍ରଶାନ୍ତ କୁମାର ପାତ୍ର, ଇନ୍ଦ୍ରଜିତ ରାଜପଲିଆ ପ୍ରମୁଖ ସହଯୋଗ କରିଥିଲେ । ଏ ନେଇ ବିଜେପି ନେତା ଶ୍ରୀ ଠାକୁରଙ୍କୁ ପଚାରିବାରୁ ଏହି ଜିଲ୍ଲା ପରିଷଦ ଜୋନରେ ବିଜେପି ସୁନିଶ୍ଚିତ ବିଜୟୀ ହେବ ବୋଲି ଦୃଢ଼କ୍ତି ସହ ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.