oom

ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତ

jsmm

ବୌଦ୍ଧ, (ବଂଶୀଧର ମାଝୀ) : ବିଜେପି ରାଜ୍ୟ ସାଧାରଣ ସଂପାଦିକ ଲେଖାଶ୍ରୀ ସାମନ୍ତସିଂହାର ମଙ୍ଗଳବାର ଦୁଇ ଦିନିଆ ବୌଦ୍ଧ ଜିଲ୍ଲା ଗସ୍ତରେ ଆସି ପ୍ରଥମେ କଣ୍ଟାମାଳ ବ୍ଲକରେ ପହଞ୍ଚିଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା, ଲଣ୍ଡାଗାଁ ଠାରେ କାର୍ଯ୍ୟକ୍ରମ ସାରି ସିଧା ସଳଖ ଆମ୍ବଗାଁ ଠାରେ ପହଞ୍ଚିବା ପରେ ବୌଦ୍ଧ ଜିଲ୍ଲା ବିଜେପି ସଭାପତି ବିପ୍ରଚରଣ ମହାନ୍ତି, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗ, ଜିଲ୍ଲା ବିଜେପି ଉପସଭାପତି ଚିତ୍ତରଂଜନ ପାତ୍ର ଓ ବହୁ ବିଜେପି ସଦସ୍ୟ ତାଙ୍କୁ ସ୍ୱାଗତ କରିଥିଲେ । ଏହି ଅବସରରେ ଜିଲ୍ଲା ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ତ୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଡ. ଲେଖାଶ୍ରୀ ସାମନ୍ତସିଂହାର ମୁଖ୍ୟ ଅତିଥି ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କହ୍ନେଇ ଚରଣ ଡାଙ୍ଗ, ଜିଲ୍ଲା ଉପସଭାପତି ଚିତ୍ତରଞ୍ଜନ ପାତ୍ର, ଜିଲ୍ଲା ବିଜେପି ପ୍ରହାରୀ ରାମଚନ୍ଦ୍ର ମେହେର, ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାରାଣୀ ମିଶ୍ର ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ । ବିଜେପି ସରକାରରେ ନରେନ୍ଦ୍ର ମୋଦି ଲୋକାଭିମୁଖୀ ଯୋଜନା ପ୍ରଣୟନ ଏବଂ ଓଡିଶାକୁ ସମସ୍ତ ସୁବିଧା ସୁଯୋଗ ଦେଇଛନ୍ତି ବୋଲି ପ୍ରକାଶ କରିଥିଲେ । କିନ୍ତୁ ଓଡିଶାରେ ବିଜେଡ଼ି କେବଳ ଫାଇଦା ଉଠାଉଛି ତେଣୁ ଏସବୁ ସୁବିଧା ପାଇବାକୁ ହେଲେ ଆଗାମୀ ଦିନରେ ବିଜେପି ଦଳକୁ ପ୍ରାର୍ଥୀ ଚୟନ କରି ଜୟଯୁକ୍ତ କରାଇବାକୁ ଅନୁରୋଧ କରିଥିଲେ । ଜିଲ୍ଲା ସାଧାରଣ ସଂପାଦକ ସୁଶାନ୍ତ ବାଘ ସ୍ବାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଘଣ୍ଟାପଡା ମଣ୍ତଳ ସଭାପତି ପିନାକ ରଣା ଧନ୍ୟବାଦ ପ୍ରଦାନ କରିଥିଲେ । ସେହିପରି ଘଣ୍ଟାପଡ଼ାରେ ମଧ୍ୟ ମହିଳାମାନଙ୍କୁ ନେଇ ସଭାର ଆୟୋଜନ କରାଯାଇଥିଲା ।

jittmm
Leave A Reply

Your email address will not be published.