oom

ବିଜେପି ଓ କଂଗ୍ରେସ ଦଳ ଛାଡି ୧୪୫ ଜଣ ବିଜୁ ଜନତା ଦଳରେ ଯୋଗଦାନ କଲେ

jsmm

ପାଟଣାଗଡ, (କେପିଏନ୍‌ଏସ୍‌) : ବିଜୁ ଜନତା ଦଳର ସଭାପତି ତଥା ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଠାରେ ବେଲପଡା ବ୍ଲକ କପାଣି ପଞ୍ଚାୟତର ୧୪୫ ଜଣ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜୁ ଜନତା ଦଳରେ ଯୋଗଦାନ କରିଥିବା ସୂଚନା ମିଳିଛି । ତେବେ ବିଧାୟକ ଶ୍ରୀ ମେହେରଙ୍କ ଉପସ୍ଥିତିରେ ପାଟଣାଗଡ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ନୂତନ ଭାବେ ଦଳରେ ଯୋଗଦାନ କରିଥିବା କପାଣି ପଞ୍ଚାୟତର ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ଏକ ବୈଠକ ଆୟୋଜନ ହୋଇଥିବା ବେଳେ ଏହି ବୈଠକରେ ଆଗାମୀ ଦିନର କାର୍ଯ୍ୟପନ୍ଥା ଓ ସଂଗଠନ ବିଷୟରେ ଆଲୋଚନା ହୋଇଥିଲା । ନୂତନ ଭାବେ ଯୋଗଦାନ କରିଥିବା ସଦସ୍ୟ ମାନଙ୍କୁ ବିଧାୟକ ଶ୍ରୀ ମେହେର ସ୍ୱାଗତ କରିଛନ୍ତି ।

jittmm
Leave A Reply

Your email address will not be published.