oom

ବରଗଡ଼ ଜିଲ୍ଲାର ୧୨ଟି ବ୍ଲକ ଅଧ୍ୟକ୍ଷ ପଦ ବିଜେଡି ସମର୍ଥକ ଜିତିଲେ

jsmm

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାର ୧୨ ଟି ବ୍ଲକ ଅଧ୍ୟକ୍ଷ ପଦବୀକୁ ଶାସକ ବିଜୁ ଜନତା ଦଳର ସମର୍ଥକ ମାନେ ହାତେଇ ନେଇଛନ୍ତି । ବରଗଡ଼ ସଦର ବ୍ଲକରେ କୁରୁଆର ସମିତି ସଭ୍ୟା ଶ୍ରୀମତୀ ନଳିନୀ ପାଣ୍ଡେ ନିର୍ଦ୍ବନ୍ଦରେ ବିଜୟୀ ହୋଇଥିଲେ । ସେହିପରି ଜିଲ୍ଲାର ୧୦ଟି ବ୍ଲକରେ ମଧ୍ୟ ବିଜେଡି ସମର୍ଥିତ ଅଧ୍ୟକ୍ଷ ମାନେ ନିର୍ଦ୍ବନ୍ଦ ନିର୍ବାଚିତ ହୋଇଥିଲେ । ସେଥି ମଧ୍ୟରେ ଅମ୍ବାଭୋନାରେ କିର୍ତ୍ତି ଚନ୍ଦ୍ର ଦୁଆନ, ଭେଡେନ ବ୍ଳକର ଅଧ୍ୟକ୍ଷା ଭାବେ ଶ୍ରୀମତୀ ସୁପ୍ରଭା ମହାଲିଙ୍ଗ, ଗାଇସିଲେଟ ବ୍ଳକରେ ଅଧ୍ୟକ୍ଷ ଭାବେ ପ୍ରଣୟ ସାହୁ, ସୋହେଲା ବ୍ଳକ ର ଅଧ୍ୟକ୍ଷା ଭାବେ ଶ୍ରୀମତୀ ବବି ପ୍ରଧାନ, ଭଟଲି ବ୍ଳକର ଅଧ୍ୟକ୍ଷ ଭାବେ ବରିଷ୍ଠ ବିଜେଡି ନେତା ନିତ୍ୟାନନ୍ଦ ପ୍ରଧାନ, ବରପାଲି ବ୍ଳକର ଅଧ୍ୟକ୍ଷା ଭାବେ ଶ୍ରୀମତୀ ରୀନା ଥଇତ, ବିଜେପୁର ବ୍ଳକର ଅଧ୍ୟକ୍ଷ ଭାବେ ମୋତିରାମ ସାହୁ ନିର୍ବାଚିତ ହୋଇଛନ୍ତି ଏବଂ ଝାରବନ୍ଧ ବ୍ଲକ ଅଧ୍ୟକ୍ଷା ଭାବେ ଲିପ୍‌ସା ପ୍ରଧାନ, ପାଇକମାଳ ବ୍ଲକର ଅଧକ୍ଷା ଭାବେ ଶ୍ରୀମତୀ ଭାବନା ସିଂ, ଅତାବିରା ବ୍ଲକ ର ଅଧକ୍ଷା ଭାବେ ଶ୍ରୀମତୀ ଗୀତାଞ୍ଜଳି ନାୟକ, ରାଜ ବୋରାସମ୍ବର ବ୍ଲକର ଅଧ୍ୟକ୍ଷରେ ରଞ୍ଜିତ ସିଂ ବରିହା ନିର୍ବାଚିତ ହୋଇଥିଲେ । କେବଳ ବରପାଲି ଓ ବିଜେପୁର ବ୍ଳକରେ ଭୋଟର ଆଶ୍ରୟ ନିଆଯାଇଥିଲା । ବରପାଲି ବ୍ଲକରେ ରୀନା ଥଇତ ଓ ଚନ୍ଦ୍ରକାନ୍ତି ବାଗଙ୍କ ମଧ୍ୟରେ ଭୋଟିଂ ହୋଇଥିଲା । ଏଥିରେ ରୀନା ଥଇତ ୧୯ ଖଣ୍ଡ ଭୋଟ ପାଇଥିବା ବେଳେ ଚନ୍ଦ୍ରକାନ୍ତି ବାଗ ତାଙ୍କ ନିଜ ଭୋଟ ହିଁ ପାଇଥିଲେ। ସେହିପରି ବିଜେପୁର ବ୍ଲକରେ ମୋତିରାମ ସାହୁ ଏବଂ ସଞ୍ଜୁ ପ୍ରଧାନ ମଧ୍ୟରେ ଭୋଟିଂ ହୋଇଥିଲା । ଏଥିରେ ମୋତିରାମ ସାହୁ ୧୪-୫ଭୋଟରେ ବିଜୟୀ ହୋଇଥିଲେ ।

jittmm
Leave A Reply

Your email address will not be published.