oom

ଲୋଇସିଂହା ବିଜେଡି ତରଫରୁ ଟୀକା ଗ୍ରହୀତାଙ୍କୁ ସେବା ପ୍ରଦାନ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ଓଡିଶା ମୋ ପରିବାର ଆନୁକୂଲ୍ୟରେ ତଥା ବିଜେଡି ରାଜ୍ୟ ପରିଷଦ ସଭ୍ୟ ନିହାର ରଞ୍ଜନ ବେହେରାଙ୍କ ନିର୍ଦେଶ କ୍ରମେ ବିଜୁ ଯୁବ ଛାତ୍ର ଜନତା ଦଳ ଲୋଇସିଂହା ବ୍ଲକ ତରଫରୁ ସ୍ଥାନୀୟ ହରେକୃଷ୍ଣ ମହତାବ ହାଇସ୍କୁଲ ଟୀକାକରଣ କେନ୍ଦ୍ରରେ ଟୀକା ନେଉଥିବା ସମସ୍ତ ଲୋକଙ୍କୁ ସାନିଟାଇଜ଼ର, ମାସ୍କ ଓ ଗ୍ଲୁକୋଜ଼ ପାଣି ବଣ୍ଟନ କରାଯାଇଥିଲା । ଏଥି ସହିତ ଅକ୍ସିମିଟର ଓ ଥର୍ମମିଟର ଦ୍ୱାରା ଦେହର ଅମ୍ଳଜାନ ଓ ତାପମାତ୍ରା ସ୍ତର ପରୀକ୍ଷଣ କରାଯାଇଥିଲା । ଏଥିରେ ଯୁବ ଜନତା ଦଳ କାର୍ଯ୍ୟକାରୀ ସଭାପତି ଅନନ୍ତ ସାହୁ, ସରୋଜ ମହାକୁଡ଼ ଓ ବିଜୁ ଯୁବ ଛାତ୍ର ଜନତା ଦଳର ଅଂଶୁମାନ ଗୁରୁ, ଶିବକୁମାର ଯାଦବ, ସୁରେନ ମେହେର, ବବଲୁ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.