oom

ଶାନ୍ତିପଡ଼ାରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ସହ ଭିତ୍ତିପ୍ରସ୍ଥର ସ୍ଥାପନ କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ଯେତେ ପାଖେଇ ଆସୁଛି ନେତାଙ୍କ ଦଳ ଡ଼ିଆଁ କାର୍ଯ୍ୟକ୍ରମ ସେତେ ବଢି ବଢି ଯାଉଥିବା ବେଳେ ଏହାର ଏକ ଜ୍ୱଳନ୍ତ ଉଦାହରଣ ବଲାଙ୍ଗିରରେ ଦେଖିବାକୁ ମିଳିଛି । ବଲାଙ୍ଗିର ବିଜେପି ଦଳ ସହ ଦୀର୍ଘ ବର୍ଷ ହେବ ଜଡ଼ିତ ଥିବା ବଲାଙ୍ଗିର ଶାନ୍ତିପଡ଼ାର ଦେବରାଜ ନାଗ ୧୦୦ରୁ ଅଧିକ ଯୁବ ସଂଗଠକ ମାନଙ୍କୁ ନେଇ ଆଜି ବିଜେଡ଼ି ଦଳରେ ଯୋଗଦାନ କରିଥିବା ଖବର ମିଳିଛି । ଆଜି ସ୍ଥାନୀୟ ଶାନ୍ତିପଡ଼ା ଠାରେ ବଲାଙ୍ଗିର ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଏହି ମିଶ୍ରଣ ପର୍ବରେ ବଲାଙ୍ଗିରର ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂ ବୋଡର଼୍ ଅଧ୍ୟକ୍ଷ କଳିକେଶ ନାରାୟଣ ସିଂହଦେଓଙ୍କ ଉପସ୍ଥିତିରେ ଦେବରାଜ ନିଜର ୧୦୦ରୁ ଅଧିକ ଯୁବ ସଂଗଠକ ମାନଙ୍କୁ ନେଇ ବିଜେପି ଦଳକୁ ତ୍ୟାଗ କରି ବିଜେଡ଼ିରେ ମିଶିଛନ୍ତି । ଏହି ମିଶ୍ରଣ ପର୍ବ ସହ ଶାନ୍ତିପଡ଼ା ଦୁର୍ଗା ମଣ୍ଡପର ଉନ୍ନତି କରଣ ପାଇଁ ସେଠାରେ ରାଜ୍ୟ ହାଉସିଂ ବୋଡର଼୍ ଅଧ୍ୟକ୍ଷ ଶ୍ରୀ ସିଂହଦେଓ ଭିତ୍ତିପ୍ରସ୍ତର ସ୍ଥାପନ କରିଥିବା ବେଳେ ଏଥିରେ ବଲାଙ୍ଗିର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ୱାଡର଼୍ ନଂ ୨ର କାଉନ୍‌ସିଲର ସରିତା ଦାଶ, ନାରୀ ଶକ୍ତି ଫାଉଣ୍ଡେସନର ନୂତନ ଦାଶଙ୍କ ସହ ବହୁ ବିଜେଡ଼ି ନେତା ମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.