ନବରଙ୍ଗପୁର, (ଜଗନ୍ନାଥ ବିଷୋୟୀ) : ନବରଙ୍ଗପୁର ଜିଲ୍ଲାର ବି.ଜେ.ଡ଼ି ଦଳର ସମ୍ପାଦକ ଓ ବିଶିଷ୍ଠ ଶ୍ରମିକ ନେତା ଶିରାଜଉଦିନ ଅହମଦ, ନବରଙ୍ଗପୁର ଜିଲ୍ଲା ବିଜୁ ଜନତା ଦଳର ପ୍ରାଥମିକ ସଭ୍ୟ ସହ ଜିଲ୍ଲା ସମ୍ପାଦକ ପଦବୀରୁ ଇସ୍ତଫା ଦେଇଛନ୍ତି । ଦୀର୍ଘ ବର୍ଷ ଧରି ରାଜ୍ୟରେ ବି.ଜେ.ଡ଼ି ସରକାର ଥିବା ସତ୍ତ୍ୱେ, ନବରଙ୍ଗପୁର ଭଳି ଏକ ପଛୁଆ ଆଦିବାସୀ ଜିଲ୍ଲାର ବିକାଶ ଦିଗରେ ରାଜ୍ୟ ସରକାର କିଛିବି ପ୍ରୟାସ କରି ନଥିବା, ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଜଳସେଚନ ଆଦି ଅନେକ ବିଷୟର ସମାଧାନ ନିମନ୍ତେ ସେ ନିଜେ ଅନୁରୋଧ କରିଥିଲେ ବି ଗତ ଦିନରେ କ୍ଷମତାରେ ଥିବା ଦଳ ନବରଙ୍ଗପୁର ଜିଲ୍ଲାର ମାଟି ପାଇଁ କିଛି କରି ନଥିବା ଦର୍ଶାଇ ଇସ୍ତଫା ପ୍ରଦାନ କରିଛନ୍ତି ବୋଲି ସୂଚନା ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ସେ ଅନ୍ୟ ଦଳକୁ ଯିବାର ନାହିଁ, ପ୍ରଥମେ ମାଟି ପରେ ପାର୍ଟି, ତେଣୁ ଦଳ ତ୍ୟାଗ କଲାପରେବି ନବରଙ୍ଗପୁର ଜିଲ୍ଲାର ଗରୀବ ଓ ଉପେକ୍ଷିତ ହେଉଥିବା ତଥା ଅବହେଳିତ ହେଉଥିବା ଜନସାଧାରଣଙ୍କ ପାଇଁ ଲଢେଇ ଜାରୀ ରଖିବେ ବୋଲି ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ବିଳନୀ ଡକାଇ ନିଜ ମତ ପ୍ରକାଶ କରିଛନ୍ତି ।