ସଇଁତଲା ବ୍ଲକ ୩୦ ନଂ. ଜୋନରେ ବିଜେଡ଼ି ପ୍ରାର୍ଥୀ ହିମାଞ୍ଚଳ ବୁଡ଼େକ ବିଜୟୀ

  • ୩୧ ନଂ. ଜୋନରେ ବିଜେଡି ଦ୍ଵିତୀୟ ରାଉଣ୍ଡରେ ୧୩୯୦ ଭୋଟରେ ଆଗୁଆ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ୩୦ ନମ୍ବର ଜିଲ୍ଲା ପରିଷଦ ପ୍ରାର୍ଥୀ ହିମାଞ୍ଚଳ ବୁଡ଼େକ ୩୨୬୪ ଭୋଟରେ ବିଜୟୀ ହୋଇଛନ୍ତି । ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ସୁପେତ ବାଗ ୭୦୬୦ ଓ କଂଗ୍ରେସ ପ୍ରାର୍ଥୀ ନିତ୍ୟାନନ୍ଦ ଯୋଶୀ ୪୩୬୧ ଭୋଟ ପାଇଛନ୍ତି । ଆଜି ସଇଁତଲା କଲେଜ ପରିସରରେ ୩୧ ଜୋନ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଏଥିରେ ବେଲଗାଁ, ଶିଶକେଲା, ଘୁନସର, କଅଁସର, ଭଦ୍ରା ଓ ଡୁଙ୍ଗୁରିପାଲି ପଞ୍ଚାୟତକୁ ନେଇ ଗଠିତ । ଏଥିରେ ସଇଁତଲା ବିଡିଓ ତଥା ନିର୍ବାଚନ ଅଧିକାରୀ ଚନ୍ଦ୍ରମଣି ନାଗଙ୍କ ଅଧ୍ୟକ୍ଷତାରେ ଭୋଟ ଗଣତି ଆରମ୍ଭ ହୋଇଥିବା ବେଳେ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗଣତି ଆରମ୍ଭ ହୋଇଯାଇଛି । ଏଥିରେ ବିଜେଡ଼ି ଦଳ ତରଫରୁ ରୀତାରାଣୀ ହାତୀ, ବିଜେପିରୁ ଉର୍ମିଳା ରଣା ଓ କଂଗ୍ରେସ ଦଳରୁ ଦ୍ରୌପଦୀ ବେହେରା ମଇଦାନରେ ଓଲ୍ଲାଇଛନ୍ତି । ଏହାର ଦ୍ଵିତୀୟ ରାଉଣ୍ଡ ୧୩୯୦ ଭୋଟରେ ଜିଲ୍ଲା ପରିଷଦରେ ବିଜେଡ଼ି ଆଗୁଆ ରହିଛି । ଏହି ଗଣତି ସମୟରେ ତହସିଲଦାର ସୁରେନ୍ଦ୍ର ମେହେର, ଆଇଆଇସି ଅବନୀ ସାହୁ, ମାଜିଷ୍ଟ୍ରେଟ ଲଳିତ ବାଗ, ଜିଲ୍ଲା ନୋଡାଲ ନିର୍ବାଚନ ଦାୟିତ୍ୱରେ ଅଧିକାରୀ ରୀନା କୁମାରୀ ନାୟକ ପ୍ରମୁଖ ଉପସ୍ଥିତ ରହିଛନ୍ତି ।

Leave A Reply

Your email address will not be published.