oom

କୋସଲବାଦୀ ସଂଗଠକ ଅଶ୍ୱିନୀ ପଟ୍ଟନାୟକଙ୍କ ବିୟୋଗରେ ଶୋକ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲାର ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ, କୋସଲବାଦୀ ସଂଗଠକ ଅଶ୍ୱିନୀ ପଟ୍ଟନାୟକଙ୍କ ଅକାଳ ବିୟୋଗରେ କୋସଲ ରାଜ୍ୟ ସମନ୍ୱୟ ସମିତି ବଲାଙ୍ଗିର ଜୋନାଲ କମିଟୀ ତରଫରୁ ଗଭୀର ଶୋକ ପ୍ରକାଶ କରାଯିବା ସହ ଭକ୍ତିପୁତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । କୋସଲ ରାଜ୍ୟ ସମନ୍ୱୟ ସମିତିର ସକ୍ରିୟ ସଭ୍ୟ ତଥା ପୂର୍ବତନ କରଣ ସମାଜ ଜିଲ୍ଲା ସଭାପତି ଶ୍ରୀ ପଟ୍ଟନାୟକଙ୍କ ଗତକାଲି ମସ୍ତିଷ୍କାଘାତରେ ୭୬ ବର୍ଷ ବୟସରେ ମହାପ୍ରଣାୟ ହୋଇଯାଇଛି । ଶ୍ରୀ ପଟ୍ଟନାୟକଙ୍କ ବିୟୋଗ କୋସଲ ମୁକ୍ତି ଆନ୍ଦୋଳନ ଓ ବଲାଙ୍ଗିର ଜିଲ୍ଲାର ନାଗରିକ ଆନ୍ଦୋଳନ କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ବୋଲି କୋସଲ ରାଜ୍ୟ ସମନ୍ୱୟ ସମିତିର କେନ୍ଦ୍ରୀୟ ଅଧ୍ୟକ୍ଷ ପ୍ରମୋଦ କୁମାର ମିଶ୍ର ଏକ ଶୋକ ବାର୍ତ୍ତାରେ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କୋସଲ ରାଜ୍ୟ ସମନ୍ୱୟ ସମିତିର ଉପାଧ୍ୟକ୍ଷ ମନୋରଂଜନ ସାହୁ, ବଲାଙ୍ଗିର ଜିଲ୍ଲା ସଭାପତି ବିକ୍ରମାନନ୍ଦ ବହିଦାର, ବଲାଙ୍ଗିର କୋସଲ ସଂଯୋଜକ ଶରତ ହୋତା, କେନ୍ଦ୍ରୀୟ ସାଧାରଣ ସଂପାଦକ ବିଭୁଦତ୍ତ ମିଶ୍ର, ସଂଗଠକ ରବି ଶଙ୍କର ମିଶ୍ର, ରଣରାଜ ସିଂଦେଓ, କୋସଲ ଯୁବ ସମନ୍ୱୟ ସମିତିର ରାଜ୍ୟ ସଭାପତି ଡୋଳାମଣି ପ୍ରଧାନ, ଯୁବ ସଂଗଠକ ପ୍ରସନ୍ନ ନେଗୀ, ସ୍ୱାଧୀନ ମିଶ୍ର, ପ୍ରଭାସ ମିଶ୍ର ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ବଲାଙ୍ଗିର ରୁଗୁଡିପଡାର ବାସିନ୍ଦା ଶ୍ରୀ ଅଶ୍ୱିନୀ ପଟ୍ଟନାୟକ ଏକ ପରାପକାରୀ ଓ ଦୟାବାନ ବ୍ୟକ୍ତିତ୍ୱ ଥିଲେ । ସେ କୋସଲ ମୁକ୍ତି ଆନ୍ଦୋଳନ ସହ ଓତୋପ୍ରତ ଭାବରେ ଜଡିତ ଥିଲେ । ଗତ କିଛି ମାସ ପୂର୍ବରୁ ତାଙ୍କର ବଡଭାଇଙ୍କ ଦେହାନ୍ତ ହୋଇଥିଲା । ଏବେ ତାଙ୍କର ଅକାଳ ବିୟୋଗ ତାଙ୍କ ପରିବାରକୁ ଓ ଅଞ୍ଚଳବାସୀଙ୍କୁ ଶୋକ ସନ୍ତପ୍ତ କରିଦେଇଛି ।

jittmm
Leave A Reply

Your email address will not be published.