ଆଦିବାସୀ ନେତାଙ୍କ ମାତୃ ବିୟୋଗ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଧାମନଡ଼ଙ୍ଗା ପଞ୍ଚାୟତ ଜାମୁଟଝୁଲା ଗ୍ରାମର ଆଦିବାସୀ ନେତା ତଥା ବଲାଙ୍ଗିର ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ସଂଗଠକ ଦୈତାରୀ ଭୋଇଙ୍କ ମା’ ରନଦେଇ ଭୋଇ(୭୦)ଙ୍କର ବିଳମ୍ବିତ ରାତ୍ରିରେ ଦେହାନ୍ତ ହୋଇଯାଇଛି । ସେ ମିଷ୍ଟଭାଷୀ ଥିଲେ ଏବଂ ସବୁବେଳେ ସମାଜସେବା ପାଇଁ ପ୍ରେରଣା ଦେଉଥିଲେ । ମୃତ୍ୟୁ ଶଯ୍ୟା ପାଖରେ ତାଙ୍କର ଚାରି ପୁଅ, ଚାରି ବୋହୂ ଉପସ୍ଥିତ ଥିବା ବେଳେ ତାଙ୍କ ଦୁଇ ପୁତୁରା ବୀରେନ୍ଦ୍ର ଓ ଦିନେଶ ମୁଖାଗ୍ନି ଦେଇଥିଲେ । ତାଙ୍କର ଶେଷ ଯାତ୍ରାରେ ଶହ ଶହ ଲୋକ ସାମିଲ ହୋଇଥିବା ବେଳେ ବଲାଙ୍ଗିର ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନର ଜିଲ୍ଲା ସଭାପତି ସୁରେଶ ଭୋଇ, ସମ୍ପାଦକ ଡିଙ୍ଗର ଭୋଇ, ଧନେଶ୍ୱର ମାଝୀଙ୍କ ସହ ବହୁ ଆତ୍ମିୟସ୍ୱଜନ, ବନ୍ଧୁ ବାନ୍ଧବ ପହଞ୍ଚି ଶୋକାକୁଳ ପରିବାରଙ୍କୁ ସମବେଦନା ଜଣାଇଥିଲେ । ତାଙ୍କର ପରଲୋକ ହେବା ଖବର ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

jittmm
Leave A Reply

Your email address will not be published.