oom

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ଭଉଣୀ ବିନ୍ଦୁ ବରିହାଙ୍କ ଅକାଳ ବିୟୋଗ

jsmm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ବ୍ଲକ ଗେର୍ଡା ପଞ୍ଚାୟତ ଦାବମାଲ ଗ୍ରାମର ସ୍ୱର୍ଗତ ବିଶିଷ୍ଟ ନାଏବ ସରପଞ୍ଚ ତଥା ବିଂଝାଲ ସମାଜ ସଭାପତି ଦୂର୍ଯ୍ୟୋଧନ ବରିହାଙ୍କ ବଡ଼ ବୋହୂ ତଥା ଟଙ୍କଧର ବରିହାଙ୍କ ଧର୍ମପତ୍ନୀ ତଥା ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ଭଉଣୀ ବିନ୍ଦୁ ବରିହା(୫୩)ଙ୍କ ଗତ ବୁଧବାର ରାତିରେ ହୃଦଘାତରେ ପରଲୋକ ଘଟିଛି । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ଝିଅ ବାହାଘରରେ ଯୋଗଦେଇଥିଲେ । ପରେ ତାଙ୍କ ବାପା ଘର ଚାବିରିପାଲି ଗ୍ରାମକୁ ସପରିବାର ଯାଇଥିଲେ । ବାପା ଘରେ ଖଟରେ ବସିଥିବା ବେଳ ହଠାତ୍ ଭଲ ଲାଗୁନି ବୋଲି କହିବାରୁ ହଠାତ୍ ବେହୋସ୍ ହୋଇପଡ଼ିଥିଲେ । ତାକୁ ତୁରନ୍ତ ବୋଡ଼େନ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ୱର୍ଗତ ଶ୍ରୀମତୀ ବରିହା ଜଣେ ଶାନ୍ତ ସିଷ୍ଟ ମେଳାପି ଧର୍ମ ପରାୟଣା ଓ ଭଗବତପ୍ରେମୀ ମହିଳା ଭାବେ ଅଞ୍ଚଳରେ ବେଶ୍ ଜଣାଶୁଣା ଥିବା ବେଳେ ଗ୍ରାମରେ ପାଳିତ ହେଉଥିବା ପର୍ବପର୍ବାଣୀ ତଥା ରାମାୟଣ ପାରାୟଣ, ଏକାଦଶୀ ଜାଗରଣ, କାର୍ତ୍ତିକ ଚତୁର୍ଦ୍ଦଶୀ, ନାମଯଜ୍ଞ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ଯଜ୍ଞକର୍ତ୍ତା ଭାବେ ରହି ସୁଚାରୁ ରୂପେ ସମ୍ପାଦନା କରି ଆସୁଥିଲେ । ତାଙ୍କ ଅକାଳ ମୃତ ଖବର ପ୍ରଚାରିତ ହେବା ପରେ ଗ୍ରାମ ତଥା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଶେଷ ଦର୍ଶନ ପାଇଁ ତାଙ୍କ ବାସ ଭବନକୁ ଅଞ୍ଚଳ ମାନ୍ୟଗଣ୍ୟ ବ୍ୟକ୍ତି ଯାଇଥିବା ବେଳେ ବିଧାୟକ ବିଜୟ ରଞ୍ଜନ ବରିହାଙ୍କ ଝିଅ ବାହାଘର ଥିବା ହେତୁ ତାଙ୍କ ପରିବାରରୁ କେହି ଯୋଗଦେଇ ପାରିନଥିଲେ । ମୃତ୍ୟୁ ବେଳକୁ ୭ ଝିଅ ମାଧୁରୀ ବରିହା, ମିତାବରିହା, ଝରଣା ବରିହା, ଶଶ୍ମିତା ବରିହା, କଲ୍ୟାଣୀ ବରିହା, ରୀନାବରିହା, ଯଜ୍ଞ ବରିହା, ଜ୍ୱାଇଁ ପରମାନନ୍ଦ, ଚୁଡ଼ାମଣି, କରୁଣା, ନାତି ରଞ୍ଜିତ, ନାତୁଣୀ ରଞ୍ଜିତା, ସଂଗିତା, ପୁତୁରା ଓ ସାନ ଭାଇ ବିଶ୍ଵ ବରିହା, ଭଣଜା ସାମ୍ବାଦିକ ଗୋରେଖନାଥ ବରିହା, ଜଗନ୍ନାଥ ବରିହାଙ୍କ ଜାତି ବନ୍ଧୁବର୍ଗ ଉପସ୍ଥିତ ଥିଲେ । ତାଙ୍କ ଶଶୁର ଗାଁ ଦାବମାଲ ଗ୍ରାମ ଶ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଥିଲା । ତାଙ୍କର ପୁତ୍ର ସନ୍ତାନ ନଥିବାରୁ ତାଙ୍କ ସାନ ଭାଇ ଘନଶ୍ୟାମ ବରିହାଙ୍କ ପୁଅ ନିତେଶ ବରିହା ବଂଶୀୟ ପରମ୍ପରା ଅନୁଯାୟୀ ଗାତ ଖୋଳି ଶବକୁ ସତ୍କାର ପାଇଁ ପ୍ରଥମେ ମାଟି ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.