ସାମ୍ବାଦିକଙ୍କ ମାତୃ ବିୟୋଗ

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ସକାଳ ୧୦ଟା ସମୟରେ ଦେଓଗାଁ ସମ୍ବାଦିକ ଶେଷଦେବ ମେଲ୍ଲୀଙ୍କ ମା’ ସୁକାନ୍ତୀ (୭୦)ଙ୍କ ଦେହାନ୍ତ ହୋଇଯାଇଛି । ଶେଷ ସମୟରେ ଏକ ମାତ୍ର ପୁଅ ଖଗେଶ୍ୱର (ଶେଷ), ପୁତ୍ରବଧୂ ରକ୍ଷିଣା ସହ ଦୁଇ ଝିଅ ପବିତା, ଅଷ୍ଟମୀ, ଜ୍ୱେଇଁ ସହ ନାତି, ନାତୁଣୀ ଉପସ୍ଥିତ ଥିଲେ । ଶ୍ରୀମତୀ ମେଲ୍ଲୀ ୧୫ଦିନିଆ ତୀର୍ଥ ଯାତ୍ରାରୁ ଗୁରୁବାର ରାତିରେ ଫେରିବା ପରେ ଘରେ ଅସୁସ୍ଥ ହୋଇପଡିଥିଲେ । ଏନେଇ ପରିବାର ଲୋକେ ଚିକିତ୍ସା ଜାରି ରଖିଥିଲେ କିନ୍ତୁ ଶନିବାର ଦିନ ୧୦ଟା ସମୟରେ ଚେତାଶୂନ୍ୟ ହୋଇ ପଡ଼ିବାରୁ ନିଜ ବାସଭବନକୁ ଡାକ୍ତର ଡାକି ଚିକିତ୍ସା କରାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପରିବାର ସଦସ୍ୟ, ପଡୋଶୀ, ବନ୍ଧୁବାନ୍ଧବ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ଅପରାହ୍ନ ୨ଟା ସମୟରେ ସୋନଗଡ଼ ନଦୀରେ ଶେଷକୃତ୍ୟ କରାଯାଇଥିଲା । ପୁଅ ଖଗେଶ୍ୱର ମୁଖାଗ୍ନୀ ଦେଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଦେଓଗାଁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.