jayashree

୩୭ତମ ବାର୍ଷିକ କ୍ରୀଡା ଉତ୍ସବ ଓ ପୁରସ୍କାର ବିତରଣ

ରାଉରକେଲା, (ସସ୍ମିତା ପ୍ରଧାନ) : ସରକାରୀ ଉଚ୍ଚ ବିଦ୍ୟାଳୟ ଏନ୍‌ଆଇଟି କ୍ୟାମ୍ପସରେ ତା ୧୭/୧୨/୨୪ରିଖ ଓ ୧୮/୧୨/୨୪ ମଙ୍ଗଳବାର ଓ ବୁଧବାର ୨ ଦିନ ଧରି ସକାଳ ୮ଟା ସମୟରେ ବିଦ୍ୟାଳୟ ପ୍ରାଙ୍ଗଣରେ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱରେ ୩୭ତମ ବାର୍ଷିକ କ୍ରୀଡା, ବାର୍ଷିକ ଉତ୍ସବ ଓ ପୁରସ୍କାର ବିତରଣ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କର ମିଳିତ ସମାବେଶରେ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତା ଯଥା ଲଙ୍ଗ ଜମ୍ପ, ହାଇ ଜମ୍ପ, ସଟ୍‌ଫୁଟ୍‌, ଡିସ୍‌କସ୍‌,ମ୍ୟୁଜିକ ଚେୟାର, ଫ୍ୟାନ୍ସି ଡ୍ରେସ୍ ଇତ୍ୟାଦି ୧୮ଟି ପ୍ରତିଯୋଗିତା ବିଭିନ୍ନ ବର୍ଗରେ କରାଯାଇଥିଲା । ପ୍ରାରମ୍ଭିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ତଥା ସାହିତ୍ୟିକା ଶର୍ମିଷ୍ଠା କବିଶତପଥୀ ଯୋଗଦାନ କରି କ୍ରୀଡ଼ାର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଭାବରେ ରାଉରକେଲା ଅଟୋନମସ୍‌ ମହାବିଦ୍ୟାଳୟରୁ ଡଃ, ରବିନ୍ଦ୍ର କୁମାର ଜେନା ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଆଶ୍ରିବଚନ ପ୍ରଦାନ କରିଥଲେ । ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ କ୍ରୀଡା ପ୍ରଶିକ୍ଷକ ନିଖିଳ କଳାକାର ପ୍ରଧାନ ଯୋଗଦାନ କରି ବିଭିନ୍ନ ଖେଳର ନିୟମ ବୁଝାଇଥିଲେ । ଛାତ୍ରଛାତ୍ରୀମାନେ ଚମତ୍କାର ଭାବରେ ମାର୍ଚ୍ଚ ପାଷ୍ଟ, ମଶାଲ ପ୍ରଜ୍ଜ୍ୱଳନ ଇତ୍ୟାଦି କରାଇଥିଲେ । କ୍ରୀଡା ଶିକ୍ଷକ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ସମସ୍ତ ପୂର୍ବ ପ୍ରସ୍ତୁତି କରାଇଥିଲେ । ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ବରିଷ୍ଠ ଶିକ୍ଷୟିତ୍ରୀ ସୁଜାତା ତ୍ରିପାଠୀ ପ୍ରଦାନ କରିଥଲେ । ମଞ୍ଚ ପରିଚାଳନା ବରିଷ୍ଠ ଶିକ୍ଷୟିତ୍ରୀ ତଥା ସାହିତ୍ୟିକା ନିରୁପମା ଦାଶ କରିଥିବା ବେଳେ ଛବିରାଣୀ ପ୍ରଧାନ ଧନ୍ୟବାଦ ପ୍ରଦାନ କରିଥିଲେ । ଠିକ୍ ସେହିପରି ତା.୧୮/୧୨/୨୪ରିଖ ବୁଧବାର ଦିନ ଉଦ୍‌ଯାପନୀ ଉତ୍ସବରେ ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରାଙ୍କ ସଭାପତିତ୍ୱରେ ଏସ୍‌ବିଆଇ, ଏନ୍‌ଆଇଟି ବ୍ରାଞ୍ଚର ସଦାଶିବ ସାହୁ ଓ ଝରଣା ପାତ୍ର ଯଥାକ୍ରମେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତା ଭାବରେ ଯୋଗଦେଇ ଖେଳର ଗୁରୁତ୍ୱ ଉପରେ ବକ୍ତବ୍ୟ ପ୍ରଦାନ କରିଥଲେ । ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ମାନଙ୍କୁ ଉଦ୍‌ଯାପନୀ ଉତ୍ସବରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ଏଥିରେ ମିନତୀ ଖମାରୀ ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପ୍ରସ୍ତୁତ କରାଇଥିଲେ । ଏହି ଉତ୍ସବରେ ସୁଜାତା ତ୍ରିପାଠୀ, ଅଜୟ ରାଉତ, ଛବିରାଣୀ ପ୍ରଧାନ, ସରୋଜ କୁମାର ଜେନା, ପ୍ରମିଳା ଡୁଙ୍ଗତୁଙ୍ଗ, ମିନତୀ ଖମାରୀ, ହରିଶଙ୍କର କାମିଲା, ସୀତାରାମ ସାହୁ, ସସ୍ମିତା ପଟ୍ଟନାୟକ, ମମତା ସେନାପତି, ସୁଜାତା ମିଶ୍ର, ଜତିନ୍ଦ୍ର ଭୋଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ସହଯୋଗ କରିଥିଲେ । ସଭାପତି ତଥା ପ୍ରଧାନ ଶିକ୍ଷୟିତ୍ରୀ ସୁଦିପ୍ତା ବେହେରା ବାର୍ଷିକ ବିବରଣୀ ତଥା କ୍ରୀଡାର ଆଭିମୁଖ୍ୟ ଓ ଉପକାରିତା ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ୫ଟି ବିଦ୍ୟାଳୟର ଏନ୍‌ସିସି, ସ୍କାଉଟ, ଜେଆର୍‌ସି ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ସସମ୍ମାନେ ସ୍ୱାଗତ କରିଥିଲେ । ଏପରି ସୁନ୍ଦର କାର୍ଯ୍ୟକ୍ରମକୁ ଅଭିଭାବକ ମାନେ ଖୁବ୍ ପସନ୍ଦ କରିଥିଲେ । ଏଥିରେ ସୁରେଖା ନାୟକ, ସାବିତ୍ରୀ ଦେବୀ, ବନିତା ଦେବୀ, ପ୍ରତିମା ଦେବୀ ଉପସ୍ଥିତ ଥିଲେ । ପରିଶେଷରେ ଉଦ୍‌ଯାପନୀ ଉତ୍ସବରେ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ସୁଜାତା ତ୍ରିପାଠୀ ଓ ଛବି ରାଣୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏତତ୍‌ ସଂଲଗ୍ନ ବାର୍ଷିକ ଉତ୍ସବ ମଧ୍ୟ ଗୁରୁବାର ଦିନ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ପରି ଏ ବିଦ୍ୟାଳୟରେ ବିବିଧ ଗୁଣାତ୍ମକ ଶିକ୍ଷା ସହିତ ପିଲାମାନଙ୍କର ସାମଗ୍ରିକ ଉନ୍ନତି ପରି କାର୍ଯ୍ୟକ୍ରମ ବିବିଧ ଅଭିଭାବକ ଓ ବୁଦ୍ଧିଜୀବୀମାନ ପସନ୍ଦ କରିଥିଲେ ।

Leave A Reply

Your email address will not be published.