ଡେଲାଙ୍ଗ, (ଦିଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ମୁନିନ୍ଦା ପଚାଂୟତ ଅଳଉତା ଗ୍ରାାମର ନୀଳକଣ୍ଠେଶ୍ୱର ଦେବଙ୍କ ପୀଠ ସ୍ଥଳୀରେ ତ୍ରୟୋଦଶ ବାର୍ଷିକ ରୁଦ୍ର ବିଶ୍ୱଶାନ୍ତି ମହାଯଜ୍ଞ ଏବଂ କ୍ଷୀର ସାଗର ଗ୍ରାମବାସୀ ପକ୍ଷରୁ ଅନୁଷ୍ଠିିତ ହୋଇଯାଇଛି । ୪ଦିନ ବ୍ୟାପି ଏହି କାର୍ୟ୍ୟକ୍ରମରେ ଶୁଭାଧିବାସ, ଅଙ୍କୁରାରୋପଣ, ଜଳଯାତ୍ରା, ସହସ୍ର କୁମ୍ଭ ବରଣ, ଅଗ୍ନିସ୍ଥାପନ, ସୂର୍ୟ୍ୟପୂଜା, କ୍ଷୀର ସାଗର, ନୀତିକାନ୍ତି ପୂଜାର୍ଚ୍ଚନା ସହ ଏହି ପୂର୍ଣ୍ଣାହୁତି ସମ୍ପନ୍ନ ହୋଇଯାଇଛି । ସମଗ୍ର ଅଚଂଳରେ ଆଧ୍ୟାତ୍ମକ ପରିବେଶ ସୃଷ୍ଟି ସହ ସହ ଭକ୍ତ ଙ୍କ ଭିଡ ଦେଖିବାକୁ ମିଳିଥିଲା । ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା ।