ଶ୍ରୀ ଶ୍ରୀ ବିଶ୍ଵଶାନ୍ତି ମହାଯଜ୍ଞ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ ପମ୍ପ ହାଉସ୍ ଅନ୍ତର୍ଗତ ବାବା ଢୋଲେଶ୍ୱର ପୀଠ ଓ କୋଏଲ ଶ୍ରୀକ୍ଷେତ୍ର ପାଦଦେଶରେ ସଙ୍କଟ ମୋଚନ ମଣ୍ଡପ ଠାରେ ବିଶ୍ଵର ମଙ୍ଗଳ ପାଇଁ ଦୁଇଦିନାତ୍ମକ ବ୍ୟାପୀ ଶ୍ରୀ ଶ୍ରୀ ବିଷ୍ଣୁ ଶାନ୍ତି ମହାଯଜ୍ଞର ଆୟୋଜନ କରାଯାଇଥିଲା । ଏହି ଉପଲକ୍ଷେ ଗତକାଲି ସହସ୍ରାଧିକ ଭକ୍ତଙ୍କ ଦ୍ୱାରା ୧୦୮ କଳସ ଯାତ୍ରା ଓ ରୋଷଣୀ ମଣ୍ଡପ ଠାରୁ ବାହାରି କୋଏଲନଗର ଡି ବ୍ଲକ ମାର୍କେଟ ପରିକ୍ରମା କରି କୋଏଲ ନଦୀ ପର୍ଯ୍ୟନ୍ତ ଆସିଥିଲା । ଆଜି ଯଜ୍ଞ ଆରମ୍ଭ ଓ ପୂର୍ଣ୍ଣାହୁତି ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ପୂଜକ ଭାବେ ପଣ୍ଡିତ ସୁରେନ୍ଦ୍ର ପତି ଓ କର୍ତ୍ତା ଭାବେ କୃଷ୍ଣଚନ୍ଦ୍ର ସାହୁ, ହେମଲତା ସାହୁ ଦାୟିତ୍ଵ ନିର୍ବାହ କରିଥିଲେ । ଏହି ଅବସରରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ଓ କୀର୍ତ୍ତନ କରାଯାଇଥିଲା । ମହାଯଜ୍ଞ କମିଟିର ସଭ୍ୟ ମାନଙ୍କ ଦ୍ଵାରା ଯଜ୍ଞ କାର୍ଯ୍ୟଟି ଭକ୍ତି ପ୍ରେମରସ ଓ ଶୃଙ୍ଖଳାର ସହ ସମାପିତ ହୋଇଥିଲା ।

Leave A Reply

Your email address will not be published.