ରାଉରକେଲା, (ସସ୍ମିତା ପ୍ରଧାନ) : ମାନବ କଲ୍ୟାଣ ଏବଂ ଆଧ୍ୟାତ୍ମିକ ଚେତନାର ଜାଗ୍ରତୀକରଣ ଦୈବୀ ଦୁର୍ବିପାକ, ଭୂକମ୍ପ, ବାତ୍ୟା ଏବଂ ପରଦେଶୀ ଶତ୍ରୁ ଆକ୍ରମଣ, ଧର୍ମସଂସ୍ଥାପନ ଓ ଅଧର୍ମର ବିନାଶ ପାଇଁ ଗତ ୧୮ତାରିଖଠାରୁ ୨୧ତାରିଖ ପର୍ଯ୍ୟନ୍ତ ତ୍ରୟୋଦିନାତ୍ମକ ବିଶ୍ଵ ଶାନ୍ତି ରୁଦ୍ର ମହାଯଜ୍ଞ ସେକ୍ଟର ୨୦ନେହେରୁପାଲିଠାରେ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ଏହି ମହାଯଜ୍ଞରେ କର୍ତ୍ତା ଭାବେ ଦୁଃଖିଶ୍ୟାମ ଜୟସିଂହ ଓ ସୁମାମଣୀ ଜୟସିଂହ ଦାୟିତ୍ଵ ତୁଲାଇ ଥିବା ବେଳେ ପୁରୀ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସପ୍ତମୂର୍ତ୍ତୀର ବୈଦିକ ବେଦଜ୍ଞ ମହାସାଧକ ଡ. ପ୍ରଶାନ୍ତ କୁମାର ଷଡଙ୍ଗୀ, ବେଦ ବାଚସ୍ପତି ରମେଶ କୁମାର ସାମନ୍ତ ଓ ଜ୍ଞାନ ରଞ୍ଜନ ଷଡ଼ଙ୍ଗୀ, ବେଦ ବ୍ରହ୍ମର୍ଷି ବ୍ରଜକିଶୋର ମିଶ୍ର, କର୍ମକାଣ୍ଡ କଳ୍ପଦୁର୍ମ ସନ୍ତୋଷ କୁମାର କର, ଯାଗଯଜ୍ଞ ଧୁରନ୍ଧର ବିରଞ୍ଚି ନାରାୟଣ ପୂଜାପଣ୍ଡା, ବୈଦିକ ବାଗ୍ମେୟ ପ୍ରବର୍ତ୍ତକ ଉମାକାନ୍ତ ଶର୍ମା, ମଣ୍ଡଳାଚାର୍ଯ୍ୟ ବିଶାରଦ ରାଜକିଶୋର ମିଶ୍ର ପ୍ରମୁଖ ପଣ୍ଡିତମାନେ ପୂଜକ ଦାୟିତ୍ଵ ନିର୍ବାହ କରିଥିଲେ । ଶ୍ରୀ ଶ୍ରୀ ରାମେଶ୍ଵର ମହାଦେବ ମନ୍ଦିର କମିଟିର ସଭାପତି ଜଗନ୍ନାଥ ରାଉତ ଓ ସାଧାରଣ ସମ୍ପାଦକ ଗଣେଶ ଜୟସିଂହ ଓ ଉପଦେଷ୍ଟା ଉପେନ୍ଦ୍ର କୁମାର ନାୟକଙ୍କ ଆବାହକତ୍ଵରେ ଆୟୋଜିତ ଏହି ତ୍ରୟଦିବସୀୟ କାର୍ଯ୍ୟକ୍ରମରେ ଶତାଧିକ ମହିଳାଙ୍କ ଦ୍ଵାରା କଳସ ଯାତ୍ରା, ସୂର୍ଯ୍ୟପୂଜା, ଚଣ୍ଡୀପାଠ, ଆହୁତି ଶେଷରେ ପୂର୍ଣ୍ଣାହୁତି ସହ ପ୍ରସାଦ ସେବନର ବନ୍ଦୋବସ୍ତ ହୋଇଥିଲା । ଏହି ମହାଯଜ୍ଞରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ଓ ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇ ଥିଲେ । ସହସ୍ରାଧିକ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥିବା ବେଳେ ମନ୍ଦିର କମିଟିର ସଦସ୍ୟ ଓ ସ୍ଥାନୀୟ ମହିଳା ସଂଘର କର୍ମକର୍ତ୍ତାଗଣ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଶ୍ରୀ ରାଉତ, ଶ୍ରୀ ଜୟସିଂହ ଓ ଶ୍ରୀ ନାୟକ ସମସ୍ତଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତିି ।
Prev Post
Next Post