oom

ବିଶ୍ୱ ପରିବେଶ ଦିବସ ପାଳିଲେ ପଞ୍ଚାୟତବାସୀ

jsmm

ମାଲକାନଗିରି : ବିଶ୍ୱ ପରିବେଶ ଦିବସ ଅବସରରେ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ତାଣ୍ଡବାଇ ପଂଚାୟତ ଅଫିସ ପରିସରରେ ଓଏଲ୍‌ଏମ୍‌ ପକ୍ଷରୁ ନିଆରା ଢଙ୍ଗରେ ଏମ୍‌ବିକେ ଅଞ୍ଜଳି ମାକାଲ, ବ୍ୟାଙ୍କ ମିତ୍ର ସୁପ୍ରିୟା ଜେନା ଏବଂ ସିଆର୍‌ପିମାନେ ଗୀତ ଗାଇବା ସହ ପରିବେଶ ଉପରେ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ସଚେତନତା କରାଇଥିବାର ଦେଖିବାକୁ ମିଳିଥିଲା । ବ୍ୟାଙ୍କ ମିତ୍ର ସୁପ୍ରିୟା ଜେନା ସବୁବେଳେ ଯେକୋୖଣସି ଦିବସରେ ନିଜେ ରଚିତ ଗୀତ ଗୁଡିକୁ ନିଜ କଣ୍‌ଣ୍ଠରେ ଗାଇ ଚର୍ଚ୍ଚାରେ ଆସିଛନ୍ତି । ବିଶ୍ୱ ପରିବେଶ ଦିବସ ଅବସରରେ ଏପରି ଅଭିନୟ ପ୍ରୟାସକୁ ଅଞ୍ଚଳବାସୀ ଏବଂ କାଲିମେଳା ବ୍ଲକ ଓଏଲ୍‌ଏମ୍‌ ପ୍ରୋଜେକ୍ଟ ମେନେଜର ରୋଜାଳିନୀ ଦାସ ଏବଂ ମାଲକାନଗିରି ଡିପିଏମ୍‌ ପବିତ୍ର ମୋହନ ବାରା ସମେତ ତାଣ୍ଡବାଇ ପଂଚାୟତର ସମସ୍ତ ବ୍ୟାଂକମିତ୍ର, ଏମ୍‌ବିକେ ଏବଂ ସିଆର୍‌ପିମାନଙ୍କୁ ପ୍ରଶଂସା କରିଛନ୍ତି ।

jittmm
Leave A Reply

Your email address will not be published.