oom

ଆଦର୍ଶ ପାଠାଗାରର ବିଷୁବ ମିଳନ ଆସନ୍ତା ୧୪ରେ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ସର୍ବପୁରାତନ ଓଡ଼ିଆ ସାହିତ୍ୟାନୁଷ୍ଠାନ ଆଦର୍ଶ ପାଠାଗାରର ମହାବିଷୁବ ମିଳନ ତଥା ପଣା ସଂକ୍ରାନ୍ତି ଆସନ୍ତା ୧୪ ତାରିଖ ଦିନ ସନ୍ଧ୍ୟା ବେଳେ ଭଞ୍ଜଭବନ ପରିସରରେ ଥିବା ଆଦର୍ଶ ସାହିତ୍ୟ ଘର ଠାରେ ପାଳନ କରାଯିବ ବୋଲି ପାଠାଗାରରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଛି । ପାଠାଗାରର ସଭାପତି ଚନ୍ଦ୍ରଶେଖର ଶତପଥୀଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆଙ୍କ ଆବାହକତ୍ଵରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକର ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ବିଶିଷ୍ଟ ସାହିତ୍ୟିକ ପ୍ରଫେସର ପ୍ରଦୀପ କୁମାର ପଣ୍ଡାଙ୍କୁ ବିଷୁବ ସମ୍ମାନ ୨୦୨୫ରେ ସମ୍ମାନିତ କରାଯିବ । ଏହା ସହ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଚନ୍ଦନ ସ୍ମୃତି ପୁରସ୍କାର ପ୍ରଦାନ କରାଯିବ । ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି ଅବସରରେ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ପଣା ବଣ୍ଟନ କରାଯିବା ସହ ଏକ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ପ୍ରସ୍ତୁତି ବୈଠକରେ ଶ୍ରୀ ଶତପଥୀ, ଶ୍ରୀ ଖୁଣ୍ଟିଆଙ୍କ ବ୍ୟତୀତ ସର୍ବଶ୍ରୀ ରାଧାକାନ୍ତ ମିଶ୍ର, ବିଜୟ କୁମାର ପାତ୍ର, ପଞ୍ଚାନନ ପାତ୍ର, ଜ୍ୟୋତିରଞ୍ଜନ ମହାପାତ୍ର, ଡ଼ା ବସନ୍ତ କୁମାର ଦାସ, କୁଞ୍ଜବିହାରୀ ରାଉତ, ପର୍ଶୁରାମ ପଟ୍ଟନାୟକ, ପ୍ରଦୀପ କୁମାର ପଟ୍ଟନାୟକ, ଦୀନବନ୍ଧୁ ରଥ, ଟୁକୁଲା ପାଢ଼ୀ, ଏମ୍ ପଣ୍ଡା, ଟି ମଧୁସୂଦନ ପ୍ରମୁଖ ଉପସ୍ଥିତ ରହି ମତାମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ସାହିତ୍ୟିକ, କବି ତଥା ଅନ୍ୟମାନେ ଯୋଗଦେବାପାଇଁ ପାଠାଗାର ତରଫରୁ ଅନୁରୋଧ କରାଯାଇଛି ।

jittmm
Leave A Reply

Your email address will not be published.