ବରଗଡ଼ ମୁଣ୍ଡାପଡାରେ ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : କ୍ରାନ୍ତିକାରୀ ଧରତୀ ଅବା ବୀର ବିର୍ସା ମୁଣ୍ଡାଙ୍କ ୧୪୬ ତମ ଜନ୍ମ ଜୟନ୍ତୀ ଉତ୍ସବ ବରଗଡ଼ ମୁଣ୍ଡାପଡ଼ାରେ ପାଳିତ ହୋଇଯାଇଛି । ପଞ୍ଚମ ବର୍ଷ ପାଇଁ ବିର୍ସା ମୁଣ୍ଡା ସଂଘର୍ଷ ବାହିନୀ ପକ୍ଷରୁ ଏହି ଜୟନ୍ତୀ ବେଶ ଧୁମ ଧାମ୍‌ରେ ପାଳିତ ହୋଇଥିଲା । ଆଜି ବରଗଡ଼ ମୁଣ୍ଡାପଡାଠାରେ ଏହି ଜୟନ୍ତୀ ଅବସରରେ ପାରମ୍ପରିକ ଆଦିବାସୀ ଗୀତନାଚ ସହ ନଗର ପରିକ୍ରମା କରି ମହାପୁରୁଷମାନଙ୍କ ପ୍ରତିଛବି ଉପରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ସଂଘର୍ଷ ବାହିନୀର ସଭାନେତ୍ରୀ ମେରିୟମ ବାର୍ଲା, ସମ୍ବିଧାନ ସୁରକ୍ଷା ମଞ୍ଚର ଆବାହକ ପବିତ୍ର ଦେହେରୀ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ସାମାଜିକ ସଂଗଠନକୁ ସମ୍ମାନିତ କରାଯାଇଥିଲା । ସମାଜ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସଂକଳ୍ପ ପରିବାର, ତ୍ରିରଙ୍ଗା କ୍ଲବ ଖୁଂଟପାଲି, କଲ୍ୟାଣି ସ୍ବେଚ୍ଛାସେବୀ ସଂଗଠନକୁ ସମ୍ମାନିତ କରାଯାଇଥିଲା । ଜନକଲ୍ୟାଣ ସେବା ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶଙ୍କୁ ସମ୍ମାନିତ କରାଯାଇଥିଲା ସେହିପରି ପରିବେଶବିତ ତଥା ପ୍ରକୃତି ପ୍ରେମୀ ବିପିନ ବଗର୍ତ୍ତି, ଛବିଲ ରାୟ, ପାର୍ବତୀ ଗିରି ବୃଦ୍ଧା ଆଶ୍ରମର ପରିଚାଳକ ସମାଜ ସେବୀ ଜଳନ୍ଧର ପଟେଲଙ୍କୁ ସମ୍ମାନିତ କରାଯାଇଥିଲା ସେହିପରି ସ୍ୱତନ୍ତ୍ର ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁଶୀଳା ପଶାୟତଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରମେଶ ମହାପାତ୍ର, ଗୋଲାପି ସୁନା, ଟିକେଶ୍ୱରୀ ଛତର, ଦିଲୀପ ବାର୍ଲା, ସୁରସେନ ଯୋଜୋ, ସିଲାସ ଲୁଗୁନ, ଶିବାନନ୍ଦ ମଟାରୀ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.