କେନାଲ ନିର୍ମାଣକୁ ବିରୋଧ କରି ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ

ଟିଟିଲାଗଡ, (ଗୌରବ ଦର୍ଜୀ) : ଟିଟିଲାଗଡ ଉପଖଣ୍ଡର ଉଦେପୁର ଗ୍ରାମରେ କେନାଲ ତିଆରି ପାଇଁ ପ୍ରସ୍ତାବକୁ ବାତିଲ କରିବା ପାଇଁ ଉଦେପୁର ଗ୍ରାମବାସୀ ଦାବି କରିଛନ୍ତି । ସୋମବାର ଦିନ ଉଦେପୁର ଗାଁ କଲ୍ୟାଣ ସମିତିର ସଦସ୍ୟ ମାନେ ଉପଜିଲ୍ଲାପାଳଙ୍କ ନିକଟକୁ ଆସି ଦାବୀପତ୍ର ଦେଇଛନ୍ତି । ଉଦେପୁର ଗାଁରେ ନୂତନ ଭାବେ ମାଇନର ଇରିଗେସନ ବିଭାଗ ଦ୍ଵାରା ନୂତନ କେନାଲ ପ୍ରୋଜେକ୍ଟ ହେବା ଫଳରେ ଗାଁର ଦୁଇଶହ ଏକର ଜମି ନଷ୍ଟ ହେବା ସମ୍ଭାବନା ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହା ସହ ସେମାନେ ପାଞ୍ଚ ଦଫା ଦାବୀପତ୍ର ପ୍ରଦାନ କରିଛନ୍ତି ଉପଜିଲ୍ଲାପାଳଙ୍କୁ । ଯମୁନା ଜୋର୍ ଚେକ୍ ଡେମ୍ ଉଦେପୁର ଠାରୁ ବିନେକେଲା ଠାରେ ଥିବା ଉନ୍ଦେର ନଦୀରେ ତିଆରି ହେଉଥିବା ନୂତନ କେନାଲକୁ ବାତିଲ କରାଯାଉ । ଯମୁନା ଜୋର୍ ଉଦେପୁର ଚେକଡେମର ମରାମତି କରାଯାଉ । ବାଙ୍କେଲ ଚେକଡେମ ଠାରୁ ଉଦେପୁରକୁ ଆସିଥିବା କେନାଲର ପାଣିକୁ ଚାଷ ପାଇଁ ଯୋଗାଇ ଦିଆଯାଉ । ଉଦେପୁର ଠାରେ ଉନ୍ଦେର ନଦୀ ଉପରେ ଆଡ଼ିବନ୍ଧ ତିଆରି କରାଯାଉ। ଯମୁନାଯୋର୍ ଚେକ ଡେମର ଜମି ଅଧିଗ୍ରହଣ କରିଥିବା ଲୋକଙ୍କର ବଳକା ଥିବା ଟଙ୍କା ଯୋଗାଇ ଦିଆଯାଉ ବୋଲି ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.