ଜବତ ହେଲା ବିପୁଳ ପରିମାଣର କପସିରଫ ଓ ନିଶା ଟାବଲେଟ : ୪ଜଣଙ୍କୁ ଗିରଫ କଲା ସମ୍ବଲପୁର ଟାଉନଥାନା ପୋଲିସ

ସମ୍ବଲପୁର, (କେପିଏନ୍‌ଏସ୍‌) : ବିପୁଳ ପରିମାଣରେ କଫସିରଫ ଓ ନିଶା ଟାବଲେଟ ଜବତ ହେବା ସହ ୪ ଜଣ‌ଙ୍କୁ ଗିରଫ କରିଛି ସମ୍ବଲପୁର ଟାଉନଥାନା ପୋଲିସ ବୋଲି ଖବର ମିଳିଛି । ସୂଚନା ଯୋଗ୍ୟ ଯେ, ବିପୁଳ ପରିମାଣର କପସିରଫ ଓ ନିଶା ଟେବଲେଟ ଜବତ କରିଥିବା ବେଳେ ଘଟଣାର ସଂପୃ‌କ୍ତ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣକୁ ଗିରଫ କରିଛି ସମ୍ବଲପୁର ଟାଉନଥାନା ପୋଲିସ । ତେବେ ଗିରଫ ହୋଇଥିବା ଅଭିଯୁକ୍‌କ୍ତ‌ଙ୍କ ଠାରୁ ୧୮୩ ବୋତଲ ଲୁଜ୍ କପସିରଫ, ୨୫୦ ବୋତଲ ସିଲ୍ କପସିରଫ, ୪୦ ଟି ନିଶା ବଟିକା, ୩ ଟି ମୋବାଇଲ ଓ ୩ ଟି ମୋଟରସାଇକେଲ ପୋଲିସ ଜବତ କରିଛି । NDPS Act ଅନୁସାରେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜ୍ଜୁ କରିଛି ପୋଲିସ ।

Leave A Reply

Your email address will not be published.

error: Content is protected !!