centurian jitm

ବିଲେଇସର୍ଡା ହାଇସ୍କୁଲରେ ବିପର୍ଯ୍ୟୟ ସମ୍ବନ୍ଧିୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

nschool
  • “ପ୍ରାକୃତିକ ବିପର୍ଯ୍ୟୟର ସୁରକ୍ଷା ପାଇଁ ସଚେତନତା ଏକ ମୁଖ୍ୟ ଆଯୁଧ”

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ କଟକ ମୁଣ୍ଡାଲି ସ୍ଥିତ ଥାର୍ଡ ବିଏନ୍‌ ଏନ୍‌ଡିଆର୍‌ଏଫ୍‌ ତରଫରୁ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ କିଭଳି ଭାବେ ସତର୍କତା ଅବଲମ୍ବନ କରାଯିବ ସେ ସମ୍ବନ୍ଧରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୂମିକମ୍ପ, ଅଂଶୁଘାତ, ବନ୍ୟା, ବାତ୍ୟା, ଘରପୋଡି, ବିଜୁଳି ମାରିବା ସମୟରେ କିଭଳି ସ୍ଥିତିରେ ରହିବା, ପାଣିରେ ବୁଡି ଯାଉଥିବା ବ୍ୟକ୍ତିକୁ କେମିତି ଉଦ୍ଧାର କରିବା, ନିଆ ଲାଗିବା ସମୟରେ କିଭଳି ଭାବେ ନିଆଁକୁ ଆୟତ୍ତ କରିବା, ସିପିଆର୍‌ କେଉଁ ପରିସ୍ଥିତିରେ ଓ କିଭଳି ଭାବେ ଦିଆଯିବ ସେ ବିଷୟରେ ଡେମୋନଷ୍ଟ୍ରେସନ ମାଧ୍ୟମରେ ସବ୍ ଇନ୍ସପେକ୍ଟର ଭରତ ସିଂ ଓ ଏନ୍‌ଡିଆର୍‌ଏଫ୍‌ ଦଳର ସୁନିଲ କୁମାର, ଚନ୍ଦ୍ରହାସ କୁମାର, ଚୁମ୍ବିଲାଲ୍ ପ୍ରଧାନ, ମହେଶ କୁମାର ପ୍ରମୁଖ ଛାତ୍ରଛାତ୍ରୀମାନଙ୍କ ସମ୍ମୁଖରେ ଦେଖେଇଥିଲେ । ଜୁନିୟର ରେଭେନ୍ୟୁ ଏସିଷ୍ଟେଣ୍ଟ ଚନ୍ଦନ କୁମାର ରଥ ଅଂଶୁଘାତ ସମୟରେ ଆମେ କିଭଳି ଯତ୍ନବାନ ରହିବା ଓ ଆଗୁଆ ପାଣିପାଗ ସଂବନ୍ଧାୟ ସୂଚନା ନିମନ୍ତେ ସତର୍କ ଏପ୍ଲିକେଶନ ଡାଉନଲୋଡ କରି ନିଜ ମୋବାଇଲରେ ରଖିବା ନିମନ୍ତେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର କୃଷ୍ଣା ସ୍ୱାଇଁଙ୍କ ସମେତ ଛାତ୍ରୀ ପ୍ରଜ୍ଞାମୟୀ କଲତା, ସ୍ନେହା ପ୍ରଧାନ, ଇନ୍ଦ୍ରାଣୀ ବେହେରା, ସୁଚିସ୍ମିତା ତ୍ରିପାଠୀ, ପାୟଲ ମହାକୁର, ତନୁଶ୍ରୀ ଦାସ, ମୌସୁମୀ ବିଶ୍ୱାଳ, ଛାତ୍ର ସାର୍ଥକ ସୁନା, ଅଧ୍ୟୟନ ବିଶ୍ୱାଳ, ଶକ୍ତି ବାରିକ, କୁନା ମେହେର, ଚିନ୍ମୟ ରଣା ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧିନ ସାହୁ ଧନ୍ୟବାଦ ଦେବା ସହ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ ସଚେତନତା ହିଁ ଏକ ମୁଖ୍ୟ ଆୟୁଧ ବୋଲି କହିଥିଲେ ।

Leave A Reply

Your email address will not be published.