oom

ଆମେରିକାର ସାମ୍ରାଜ୍ୟବାଦୀ ଯୁଦ୍ଧଖୋର ନୀତି ବିରୁଦ୍ଧରେ : ସିପିଆଇଏମର ଦେଶବ୍ୟାପୀ ପ୍ରତିବାଦ ବିକ୍ଷୋଭ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସିପିଆଇଏମ୍ କେନ୍ଦ୍ର କମିଟି ଆହ୍ୱାନରେ ଜୁନ୍ ୨୫ରୁ ୩୦ ତାରିଖ ଦେଶବ୍ୟାପୀ ବିଜେପି ନେତୃତ୍ଵାଧୀନ ମୋଦି ସରକାରର ପହେଲଗାମ ସନ୍ତ୍ରାସବାଦୀ ଆକ୍ରମଣ ପରେ ସରକାର ଏହାକୁ ଏକ ଅସ୍ତ୍ର କରି ଧର୍ମୀୟ ଧୃବୀକରଣ ଓ ହିଂସାର ବାତାବରଣ ଓ ପରବର୍ତ୍ତୀ ଯୁଦ୍ଧ ପରିସ୍ଥିତି ବିରୁଦ୍ଧରେ ପ୍ରଚାର ଅଭିଯାନ ଚଳାଇ ରଖିବାକୁ ଆହ୍ୱାନ କରିଥିଲା ବେଳେ ପାର୍ଟିର ରାଉରକେଲା ଆଂଚଳିକ କମିଟି ଓ ରଘୁନାଥପାଲୀ ଆଂଚଳିକ ସାଂଗଠନିକ କମିଟି ମିଳିତ ଭାବରେ ପ୍ରଚାର ଅଭିଯାନର ଶେଷ ଦିନରେ ରାଉରକେଲା ଆମ୍ବାଗାନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଇତି ମଧ୍ୟରେ ଆମେରିକାର ନିର୍ଦ୍ଦେଶରେ ଭାରତ ଯୁଦ୍ଧ ବିରତି ଘୋଷଣା କରିବା, ଆମେରିକା ତାର ସାମ୍ରାଜ୍ୟବାଦୀ ଯୁଦ୍ଧ ଖୋର ନୀତି ଯୋଗୁଁ ଏକ ତରଫା ଇରାନ ଉପରେ ଆକ୍ରମଣ କରିବା, ତାର ଇଙ୍ଗିତରେ ଇସ୍ରାଏଲ ପାଲେଷ୍ଟାଇନ ଓ ଗାଜାକୁ ଧ୍ୱଂସ ସ୍ତୁପରେ ପରିଣତ କରିବା ସହ ସମଗ୍ର ବିଶ୍ୱକୁ ଆମେରିକା ଏକ ଯୁଦ୍ଧ ପରିସ୍ଥିତି ମଧ୍ୟକୁ ଟାଣି ନେବା ବିରୁଦ୍ଧରେ ଦେଶବାସୀ ଏକ ହେବାକୁ ଆହ୍ୱାନ କରିଥିଲେ । ପାର୍ଟିର ରାଉରକେଲା ଆଂଚଳିକ କମିଟି ସଂପାଦକ ରାଜ କିଶୋର ପ୍ରଧାନ, ରଘୁନାଥପାଲୀ ଆଂଚଳିକ ସାଂଗଠନିକ କମିଟି ଆବାହକ ହୃଦୟାନନ୍ଦ ଯାଦବଙ୍କ ମିଳିତ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ପାର୍ଟିର ଜିଲ୍ଲା ସଂପାଦକ ମଣ୍ଡଳୀ ସଦସ୍ୟ ଶ୍ରୀମନ୍ତ ବେହେରା, ବିମାନ ମାଇତି, ସୁରେନ୍ଦ୍ର ଦାଶ, ଜିଲ୍ଲା କମିଟି ସଦସ୍ୟ ବି ପି ମହାପାତ୍ର, ବସନ୍ତ ନାୟକ, ଅଜୟ ଶର୍ମା, ବିଶ୍ଵଜିତ ମାଝୀ, ଚନ୍ଦ୍ରଭାନୁ ଦାସ, ଯଯାତି କେଶରୀ ସାହୁ, ଲକ୍ଷ୍ମୀଧର ନାୟକ, ବିନୟ ବେହୁରିଆ, ଆଂଚଳିକ କମିଟି ସଦସ୍ୟ ସୁରେନ୍ଦ୍ର ମହାନ୍ତି, ଏନ୍ ଏନ୍ ପାଣିଗ୍ରାହୀ, ପ୍ରଭାତ ମହାନ୍ତି, ପ୍ରଦୀପ ସେଠୀ, ଦିବାକର ମହାରଣା, ଅରୁଣ ମହାରଣା, ଅଜିତ ଏକ୍କା, ସୁଧାଂଶୁ ଜେନା, ସମ୍ୱିତ ସ୍ୱାଇଁ, ସାଗର ଛୋଟରାୟ, ଅନାଦି ସାହୁ ପ୍ରମୁଖ ବକ୍ତବ୍ୟ ରଖି ଦେଶରେ ମୋଦି ସରକାର ସମସ୍ତ କ୍ଷେତ୍ରରେ ବିଫଳତା ହାସଲ କରିଥିଲା ବେଳେ ବିଭିନ୍ନ ସମୟରେ ଧର୍ମୀୟ ବିଦ୍ୱେଷ ଓ ସେଥିରୁ ରାଜନୈତିକ ଫାଇଦା ନେଇ ଶାସନ କ୍ଷମତାରେ ରହିବାର ଅପଚେଷ୍ଟା ବିରୋଧରେ ଜନ ସାଧାରଣ ସଚେତନ ହେବାକୁ ଆହ୍ୱାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାସୁଦେବ ସାହୁ, କୁଳମଣି ରାଉତ, ଗୋପାଳ କୃଷ୍ଣ ନାୟକ, ପ୍ରମୋଦ ପରିଡ଼ା, ବୁବୁନ ମାଇତି, ବଛିରାମ ବେହେରା, କେଶବ ସାହୁ, ସୁରେନ୍ଦ୍ର ବେହେରା ସମେତ ବହୁ ପାର୍ଟି ସଦସ୍ୟ ଓ ସମର୍ଥକ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.