oom

ଅନେକ ଲୋକକଳା ଆଜି ନିଜତ୍ତ୍ୱ ହରାଇ ବିକୃତ ରୂପ ନେଲାଣି

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା କଳାକାର ସମନ୍ୱୟ ସମିତି ବଲାଙ୍ଗିର ପକ୍ଷରୁ ଲୋଇସିଂହା ବ୍ଲକ କୁସମେଲ ଗାଁ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାସ୍ତରୀୟ ଲୋକକଳାକାରମାନଙ୍କୁ ନେଇ ସମନ୍ୱୟ ସମିତିର ସଭାପତି ଗୁରୁଶ୍ରୀ ପରମାନନ୍ଦ ମାଝିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାକୁ ଉଦ୍‌ବୋଧନ ଦେଇ କହିଲେ, ଅନେକ ଲୋକକଳା ଲୋପ ପାଇ ବସିଥିବାବେଳେ ଅନେକ ନିଜର ନିଜତ୍ତ୍ୱ ହରାଇ ଅପଭ୍ରଂଶ ବିକୃତ ରୂପନେଲାଣି ଭକ୍ତି ମାର୍ଗ ସଂକୀର୍ତ୍ତନ୍ୟ ଯେଉଁ ଅବସ୍ଥା ହେଲାଣି ଗୁରୁପରମ୍ପରା ପ୍ରତି ଏକ ଅପମାନ ସଦୃଶ୍ୟ । ଆମକୁ ସଚେତନତା ଓ ଏକତା ନହେଲେ ଆଗାମୀ ଦିନରେ ଅନେକ ଲୋକକଳା ଅବାଟରେ ଯାଇ ବିପଦର ସମ୍ମୁଖୀନ ହେବ । ସମନ୍ୱୟ ସମିତିର ସମ୍ପାଦକ ସତ୍ୟ ବନଛୋର ଯୋଗ ଦେଇ କହିଲେ ମୁଖ୍ୟମନ୍ତ୍ରୀ କଳାକାର ସହାୟକ ଯୋଜନାରେ ଅନେକ ପ୍ରକୃତ ହିତାଧିକାରୀ ବାଦ୍‌ ପଡିଥିବାବେଳେ ଜାଲ୍‌ ସାର୍ଟିଫିକେଟ୍‌, ଦଲାଲଙ୍କୁ ଧରି ନକଲି କଳାକାର ଭତ୍ତା ହାତେଇବା ଅଭିଯୋଗ ରହିଛି, ରାଜ୍ୟ ସରକାର ୫୦ ହଜାର କଳାକାରଙ୍କୁ ଏହି ଯୋଜନାରେ ସାମିଲ କରିଥିବାବେଳେ ଏବେ ପୁଣି ୩୦ ହଜାର କଳାକାର ଭତ୍ତା ପାଇବାକୁ ଆବେଦନ ଫର୍ମ ଗ୍ରହଣ କରୁଛନ୍ତି, ଯାହା ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ୍ୟ, ଏକପ୍ରକାର ଠକାମୀର ଶିକାର ହେବାକୁ ପଡୁଛି, ମଣିଷର ଜନ୍ମଠାରୁ -ମୃତ୍ୟୁ ପର୍ଯ୍ୟନ୍ତ ଯାହା ଏକୋଶିଆ, ବିହା, ମୃତ୍ୟୁ ସବୁବେଳେ କଳା ତାର କଳାପ୍ରଦର୍ଶନ କରିଥାଏ, ରାଜ ନେତାଙ୍କ ଆଗେ ଆଗେ ବାଦ୍ୟ ବଜାଇ ଥାଏ, କିନ୍ତୁ ତାର ପାରଶ୍ରମିକ ଅବା ସମ୍ମାନ ପାଇ ନଥାଏ ବରଂ ଶୋଷଣର ଶିକାର ହୋଇଥାଏ । ମୁଖ୍ୟ ଅତିଥି ଭାବେ ଜିଲ୍ଲା କଳାକାର ସଂସ୍କୃତି ସଙ୍ଘର ଉପସଭାପତି ସୁଦାମ ବିଶି ଯୋଗ ଦେଇ ସଚେତନ ବାର୍ତ୍ତା ଦେଇ କହିଲେ ଅନେକ ଦଲାଲ ଭତ୍ତାର ଆଳରେ ସାର୍ଟିଫିକେଟ୍‌, ପରିଚୟ ପତ୍ର, ସମ୍ମାନ ଦେଇ ହଜାର ହଜାର ଟଙ୍କା କଳାକାରମାନଙ୍କ ଠାରୁ ଠକି ଚାଲିଛନ୍ତି । ଆଗାମୀ ଦିନରେ ଅନେକ କଳାକାର ତାଙ୍କର ଭତ୍ତା, ସରକାରୀ ପ୍ରୋଗ୍ରାମରେ ଭାଗ ନେଇ ପାଇନଥିବା ପାରିଶ୍ରମିକତା ଉପରେ ନଜର ଦିଆଯିବ ବୋଲି କହିଥିଲେ । କାଳିନ୍ଦରି ମାଝୀ, ପ୍ରମୋଦ ନାଏକ, ରୁକ୍ମିଣୀ ମେହେର, ଅର୍ଜୁନ ବିଶ୍ୱାଳ, କୁଳମଣି ନାଗ, ମହେନ୍ଦ୍ର ସିଂ ନିନା, କୁଶ ବରିହା, ପ୍ରମୁଖ ୧୪ଟି ବ୍ଲକର ସଂଯୋଜକମାନେ ନିଜ ନିଜ ବକ୍ତବ୍ୟ ରଖିଥିବାବେଳେ ଲୋଇସିଂହା ବ୍ଲକ ସଂଯୋଜକ ଲମ୍ବୋଦର ସାହୁ ସଭା ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.