ଜୟପାଟଣା ସହରକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ପାଇଁ ବିଜେଡିର ୧୨ଘଣ୍ଟିଆ ବନ୍ଦ ପାଳନ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣାକୁ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ଦାବିରେ ବିଜେଡି ଜୟପାଟଣା ବ୍ଲକ ଅନୁକୂଳରେ ଆୟୋଜିତ ୧୨ଘଣ୍ଟିଆ ବନ୍ଦ ପାଳନ ଶାନ୍ତି ପୂର୍ଣ୍ଣ ଭାବରେ ସମ୍ପନ୍ନ ହୋଇଯାଇଛି । ଜୟପାଟଣା ସମସ୍ତ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ଗମନା ଗମନ ବ୍ୟବସ୍ଥା ଠପ୍ ରହିଥିଲା । ଜୟପାଟଣା ରାଜବାଟି ସାମ୍ନାରେ କିଛି ବିଜେଡି କର୍ମୀ ଚୌକି ପକାଇ ରାସ୍ତା ଅବରୋଧ କରିବା ସହିତ ସରକାର ବିରୁଦ୍ଧରେ ସ୍ଲୋଗାନ ମାନ ଦେଉଥିଲେ । ବନ୍ଦ ପାଳନ ପାଇଁ ବିଜେଡି ବ୍ଲକ ସଭାପତି ମୀନକେତନ ପୁଝାରୀ ନେତୃତ୍ୱ ନେଇଥିବା ବେଳେ ସତ୍ୟ ନାରାୟଣ ଅଗ୍ରୱାଲ, ଶତ୍ରୁଘ୍ନ ରାଉତ, ବିଘ୍ନରାଜ ପଣ୍ଡା, ଅନିଲ କୁମାର ସାହୁ, ଦିଲ୍ଲୀପ କୁମାର ରାଉତ, ଫିରୋଜ ଖାଁ, ସରୋଜ ସାହୁ, ତାପସ ପଟ୍ଟନାୟକ, ରଥ ରାଉତ, ଚୂଡ଼ାମଣି ନାଏକ ପ୍ରମୁଖ ସାମିଲ ହୋଇଥିଲେ । ଆଜି ବନ୍ଦ ଡାକରା ପରିପ୍ରେକ୍ଷୀରେ ବିଜେପି ତାର ପ୍ରତିକ୍ରିୟାରେ ଗତ ୨୫ବର୍ଷ ଧରି ନିର୍ଦ୍ଧିଷ୍ଟ ଗୋଟିଏ ସଂଗଠନ ହାତରେ ଶାସନ ଡୋରି ରହିଥିବା ସତ୍ୱେ ୨୦୦୦ମସିହାରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଘୋଷଣା ପାଇଁ ସମସ୍ତ ଯୋଗ୍ୟତା ଜୟପାଟଣା ସହର ରଖିଥିବା ବେଳେ କଣ ପାଇଁ ଘୋଷଣା ହୋଇ ପାରିଲା ନାହିଁ ବୋଲି ପ୍ରଶ୍ନ ଉଠିଛି ।

Leave A Reply

Your email address will not be published.