oom

ମୁଢ଼ି ବିକିବା ହେଲା କାଳ

jsmm

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ପ୍ରତିଦିନ ସକାଳୁ ସକାଳୁ ନିଜ ମୋପେଡ ବାଇକରେ ମୁଢି ବିକ୍ରି ପାଇଁ ଗାଁ ଗାଁ ବୁଲି ମୁଢି ବିକ୍ରିକରି ପରିବାର ପ୍ରତି ପୋଷଣ କରନ୍ତି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍‌ ଘଣ୍ଟାପଡ଼ା ଗ୍ରାମର ଅଭେଲ ବିଶି । ସବୁଦିନ ଭଳି ଆଜି ସକାଳୁ ସକାଳୁ ନିଜ ଗାଡିରେ ମୁଢି ଧରି ନିକଟସ୍ଥ ଆମ୍ବଗାଁ ପଞ୍ଚାୟତର ଦେଢେଣମାଲ ଗ୍ରାମରେ ମୁଢି ବିକ୍ରି କରିବା ପାଇଁ ପହଞ୍ଚିଥିଲେ । କିଏ ଜାଣିଥିଲା ଆଜି ତାଙ୍କୁ ଜଗିଛି କାଳବୋଲି । ଅଭେଲ ମୁଢି ବିକ୍ରି କରିବା ସମୟରେ ଆଗରୁ ମନ୍ଦ ଉଦ୍ଦେଶ୍ୟ ରଖିଥିବା ସେହି ଗାଁର ମୁଢି ମିଲ୍ ମାଲିକ ତ୍ରିଲୋଚନ ମାଝୀ (କାଳୁ ମାଝୀ) ହାତରେ ଟାଙ୍ଗିଆ ଧରି ମୋ ଗାଁକୁ କାହିଁକି ମୁଢି ବିକି ଆଣିଛୁ କହି ଅଭେଲର ମୁଣ୍ଡରେ ଚୋଟ ଉପରେ ଚୋଟ ଏବଂ ପିଠି ଓ ବାମପଟ କାଖ ତଳକୁ ହାଣି ପକାଇଥିଲେ । ହଠାତ୍‌ ଆକ୍ରମଣକୁ ପ୍ରତିହତ କରିନପାରି ଟାଙ୍ଗିଆ ଚୋଟରେ ଅଚେତ ହୋଇ ପଡ଼ିଥିଲେ ଅଭେଲ । ପରେ ଗ୍ରାମର କିଛି ଲୋକ ଘଟଣାସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆମ୍ବୁଲାନ୍ସରେ ଅଭେଲକୁ ନିକଟସ୍ଥ କଣ୍ଟାମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଅଭେଲଙ୍କ ଅବସ୍ଥା ଅତି ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଘଣ୍ଟାପଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଆସାମୀ କାଳୁ ମାଝୀ ଘଣ୍ଟାପଡ଼ା ଥାନାରେ ଆତ୍ମସମର୍ପଣ କରିଥିଲା । ବର୍ତ୍ତମାନ ଅଭେଲଙ୍କ ଗୁରୁତର ଅବସ୍ଥା ଥିବା ତାଙ୍କ ପରିବାର ଲୋକେ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.