ଅତ୍ୟାବଶ୍ୟକ ଦର ବୃଦ୍ଧି ହେତୁ ବିଜୁ ଜନତା ଦଳ ମହିଳା ସଂଗଠନ ପକ୍ଷରୁ ବିକ୍ଷୋଭ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ବିଜୁ ଜନତା ଦଳ ମହିଳା ସଂଗଠନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦୈନନ୍ଦିନ ଖାଉଟୀ ସାମଗ୍ରୀର ଦର ବୃଦ୍ଧି ସହିତ ରନ୍ଧନ ଗ୍ୟାସ ଓ ଡିଜେଲ ପେଟ୍ରୋଲ ଦର ବୃଦ୍ଧିର ପ୍ରତିବାଦରେ ଏହି ଆନ୍ଦୋଳନ କରାଯାଇଛି । ଜିଲ୍ଲା ବିଜୁ ଜନତା ଦଳ ସଭାପତି ସରୋଜ କମ୍ପଙ୍କ ନେତୃତ୍ୱରେ ମହିଳା କର୍ମୀମାନଙ୍କର ଏକ ବିରାଟ ଶୋଭାଯାତ୍ରା ସ୍ଥାନୀୟ ଟାଉନ ହଲଠାରୁ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ପହଂଚିଥିଲେ । ସେଠାରେ ମହିଳା କର୍ମୀମାନେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି କରିବା ସହିତ ଦର ନିୟନ୍ତ୍ରଣ ଦାବୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।ଏବେ ଖାଇବା ତେଲଠାରୁ ଆରମ୍ଭ କରି ଡାଲିଜାତୀୟ ଦ୍ରବ୍ୟର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଥିବାରୁ ମହିଳାଙ୍କ ରୋଷେଇ ଘର ଖର୍ଚ୍ଚ ବି ଅହେତୁକ ଭାବେ ବୃଦ୍ଧି ପାଇଥିବା ଅଭିଯୋଗ କରିଛନ୍ତି । ଜାଳେଣୀ ଗ୍ୟାସର ମୂଲ୍ୟ ବୃଦ୍ଧି ଯୋଗୁଁ ଘରୋଇ ଇନ୍ଧନ ଖର୍ଚ୍ଚ ବି ବୃଦ୍ଧି ପାଇଛି । ତେବେ ମହିଳାଙ୍କ ଦୈନନ୍ଦିନ ତେଜରାତି ଓ ଇନ୍ଧନ ଖର୍ଚ୍ଚରେ ବର୍ଷକ ଭିତରେ ପ୍ରାୟ ୩୦ରୁ ୪୦ ପ୍ରତିଶତ ବୃଦ୍ଧି ହୋଇଥିବା ଅଭିଯୋଗ କରିଛନ୍ତି । ତେବେ ତୁରନ୍ତ ଦର ନିୟନ୍ତ୍ରଣ କରିବା ସହିତ ରୋଷେଇ ଦ୍ରବ୍ୟ ଖର୍ଚ୍ଚ ହ୍ରାସ କରିବା ପାଇଁ ନିବେଦନ କରିଛନ୍ତି । ଦାବୀ ପୂରଣ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ଜିଲ୍ଲା ପ୍ରଶାସନକୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।

jittmm
Leave A Reply

Your email address will not be published.