ଶ୍ରମିକଙ୍କୁ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ଦାବୀରେ ସିଆଇଟିୟୁର ବିକ୍ଷୋଭ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ସିଆଇଟିୟୁ ସୁନ୍ଦରଗଡ଼ ଜିଲ୍ଲା କମିଟି ନିଷ୍ପତ୍ତି କ୍ରମେ ସିଆଇଟିୟୁ ସହ ଅନୁବନ୍ଧିତ ରାଉରକେଲା କଣ୍ଟ୍ରାକ୍ଟର ୟାରକରସ୍ ୟୁନିୟନ ପକ୍ଷରୁ ଇଏସ୍ଆଇସିର ବିଭିନ୍ନ ଅବ୍ୟବସ୍ଥା ତଥା ଚିକିତ୍ସା ସମୟରେ ବୀମାଭୁକ୍ତ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ବାଲିଝୁଡି ସ୍ଥିତ ଇଏସ୍ଆଇସି ଡିସ୍ପେନସାରୀ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଇଏସ୍ଆଇସି ବୀମାଧାରୀଙ୍କ କଷ୍ଟଲବ୍ଧ ଟଙ୍କାରେ ପରିଚାଳିତ ଏହି ସଂସ୍ଥାରେ ବୀମାଧାରୀଙ୍କୁ ଅଣଦେଖା କରାଯାଉଛି, ରାଉରକେଲା ଆଂଚଳିକ ଇଏସ୍ଆଇସି ଅଧିନରେ ତିନୋଟି ଡିସପେନସାରୀ ଚାଲୁଥିବା ବେଳେ ବାଲିଝୁଡି ଡିସପେନସାରୀ ଅଧିନରେ ମାତ୍ର ଜଣେ ଡାକ୍ତର ଥିଲାବେଳେ ଅନ୍ୟାନ୍ୟ ଷ୍ଟାଫ ନଥିବା ଯୋଗୁଁ ବୀମାଧାରୀ ମାନେ ସ୍ଵାସ୍ଥ୍ୟ ସେବା ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି । ଲାବ୍ରୋଟାରୀ ଟେକ୍ନିସିଆନ, ଆଟେଣ୍ଡାଣ୍ଟ ନାହାନ୍ତି, ଆମ୍ବୁଲାନ୍ସ ନାହିଁ, ଔଷଧ କାଉଣ୍ଟରରେ ମିଳେ ନାହିଁ କିନ୍ତୁ ବାହାରେ ଇଏସ୍ଆଇସି ଔଷଧ ମିଳୁଥିବା ବେଳେ ବୀମାଧାରୀ ଟଙ୍କା ଦେଇ କିଣିବାକୁ ପଡ଼ିଥାଏ । ବୀମାଧାରୀ ଦୁରାରୋଗ୍ୟରେ ଚିକିତ୍ସା ପାଇଁ ଆଶୁ ଚିକିତ୍ସା ପାଇଁ ରେଫ୍ରାରଲ ଡାକ୍ତରଖାନାକୁ ପଠାଇଲା ସମୟରେ ଅନେକ ଟାଳଟୁଳ ନୀତି କତ୍ତୃପକ୍ଷ ଗ୍ରହଣ କରୁଥିବାରୁ ଅଭିଯୋଗ ଆସିଥିବା ବେଳେ ଏ ଦିଗରେ ପଦକ୍ଷେପ ନେବାକୁ ଦାବୀ କରାଯାଇଛି । ଯେପରି ବିମାଧାରୀମାନେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ତତ୍ ସହିତ ପ୍ରସୁତିକାୀନ ଛୁଟି ଓ ଅନ୍ୟାନ୍ୟ ଛୁଟି ନେବାର ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ପ୍ରତିନିଧିଙ୍କ ସହ ଆଲୋଚନା ସମୟରେ ଦାବୀ ଉପସ୍ଥାପନ କରାଯାଇଛି । ଏହି ବିକ୍ଷୋଭରେ ସିଆଇଟିୟୁ ସୁନ୍ଦରଗଡ଼ ଜିଲ୍ଲା ସାଧାରଣ ସମ୍ପାଦକ ତଥା ରାଜ୍ୟ ସଂପାଦକ ବିମାନ ମାଇତି, ରାଜ୍ୟ ସଂପାଦକ ବସନ୍ତ ନାୟକ, ଶ୍ରୀମନ୍ତ ବେହେରା, ହୃଦାନନ୍ଦ ଯାଦବ, ବି ପି ମହାପାତ୍ର, ରାଜ କିଶୋର ପ୍ରଧାନ, ଲକ୍ଷ୍ମୀଧର ନାୟକ, ପ୍ରଭାତ ମହାନ୍ତି, ବିଶ୍ଵଜିତ ମାଝୀ, ବିନୟ ବେଉରିଆ, ସତ୍ୟମ୍ ତନ୍ତୀ, ବିବି ଗିରି, ଏନ୍‌ସି ବେହେରା, ଭରତ ମାଝୀ, ରବି ପ୍ରଧାନ, କେଶବ ସାହୁ, ରବି ମହାନ୍ତି, ବିଷ୍ଣୁ ପ୍ରଧାନ, ସୁନା ସିଂ, ସମେତ ବହୁ ଶ୍ରମିକ, ବୀମାଧାରୀ ସାମିଲ ହୋଇଥିଲେ । ବୀମାଧାରୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଡିସ୍‌ପେନସାରୀର ଦାୟିତ୍ଵରେ ଥିବା ଡ଼ାକ୍ତର ମହାରଣାଙ୍କ ସହ ଆଲୋଚନା ପରେ ସମସ୍ତ ସମସ୍ୟା ସମ୍ପର୍କରେ ସେ ବିଭାଗକୁ ଲିଖିତ ଜଣାଇବେ ବୋଲି ପ୍ରତିଶୃତି ଦେଇଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ ଇଏସ୍‌ଆଇସିରେ ଶ୍ରମିକ ମାନଙ୍କ ଉନ୍ନତ ସ୍ଵାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ସିଆଇଟିୟୁ ଗତ ୧୬ ଅଗଷ୍ଟ ଠାରୁ ଜିଲ୍ଲାର ବିଭିନ୍ନ ଡିସ୍‌ପେନସାରୀ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ ଆଜି ବାଲିଜୁଡିରେ ଆନ୍ଦୋଳନ ସଂଗଠିତ ହୋଇଥିଲା ଏବଂ ବିଭାଗ ଓ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ବୃହତ୍ତର ଆନ୍ଦୋଳନ ସଂଗଠିତ କରାଯିବ ବୋଲି ସିଆଇଟିୟୁ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

error: Content is protected !!