ଭାରତ ବନ୍ଦ ସମର୍ଥନରେ ଏଆଇକେକେଏମ୍‌ଏସ୍‌, ଏଆଇଡିଏସ୍‌ଓ.ର ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କଳା କୃଷି ଆଇନ-୨୦୨୦ ବାତିଲ, ପ୍ରାଇଭେଟ ମଣ୍ଡି ଆଇନ, ଚୁକ୍ତି ଚାଷ ଆଇନ ଏବଂ ଅତ୍ୟାବଶ୍ୟକ ସମଗ୍ରୀ ସଂଶୋଧନ ଆଇନ ବାତିଲ ଦାବୀରେ ଦେଶର କୃଷକମାନଙ୍କ ଭାରତ ବନ୍ଦକୁ ସମର୍ଥନ କରି ଏଆଇକେକେଏମ୍‌ଏସ୍‌, ଏଆଇଡିଏସ୍‌ଓ ବଲାଙ୍ଗିର ଶାଖା ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ବନ୍ଦ ପାଳନ କରାଯାଇଛି । ଏହି ସବୁ ଚାଷୀ ବିରୋଧୀ କଳା ଆଇନ ଯୋଗୁଁ ଚାଷୀ ତଳିତଳାନ୍ତ ହେବା ସହ ଚାଷ କ୍ଷେତ୍ର ସଂପୂର୍ଣ୍ଣ ଭାବରେ ପୁଞ୍ଜିପତିଙ୍କ ଆକ୍ତିଆରକୁ ଚାଲଯିବ । ଫଳରେ ସମସ୍ତ ଜନସାଧାରଣ ଆହୁରି ଶୋଷଣର ଶିକାର ହେବେ । ଆଜିର ଚାଷୀ ଆନ୍ଦୋଳନ ସମର୍ଥନରେ ହୋଇଥିବା ଭାରତ ବନ୍ଦକୁ ସଂପୂର୍ଣ୍ଣ ରୂପେ ସଫଳ କରିଥିବାରୁ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇବା ସହିତ ଅବିଳମ୍ବେ ସମସ୍ତ ଚାଷୀ ଓ କୃଷି ବିରୋଧୀ କଳା ଆଇନ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କଠାରେ ଦୃଢ ଦାବୀ କରିଛନ୍ତି ଏସ୍‌ୟୁସିଆଇସି (କମ୍ୟୁନିଷ୍ଟ) ଓଡିଶା ରାଜ୍ୟ କମିଟି ସଂପାଦକ କମ୍ରେଡ ଧୂର୍ଜ୍ଜଟୀ ଦାସ । ଆଜିର ବିକ୍ଷୋଭରେ ଏସ୍‌ୟୁସିଆଇ(ସି)ର ସଂପାଦକ ସୁନିଲ ଭୋଇ, ଏଆଇଡିଏସ୍‌ଓର ଜିଲ୍ଲା ସଂପାଦକ ମଧୁସୂଦନ ବାଗ, ବିକାଶ ଜେନା, ଗୌରୀ ରାଉତ, ଅହଲ୍ୟା ସାହୁ, ମମତା ନାୟକ ସହ ବହୁ ସଦସ୍ୟ ସାମିଲ ଥିଲେ ।

Leave A Reply

Your email address will not be published.