କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଛାତ୍ର କଂଗ୍ରେସ ତରଫରୁ ଉତ୍ତରପ୍ରଦେଶର ହାଥ୍ରସ ଠାରେ ଜଣେ ଦଳିତ ଯୁବତୀଙ୍କ ସହ ଘଟିଯାଇଥିବା ଗଣବଳାତ୍କାରକୁ ନେଇ ଭବାନୀପାଟଣାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହି ଘଟଣାରେ ସମସ୍ତ ଦୋଷୀଙ୍କୁ ଫାଶୀ ଦଣ୍ଡ ଦାବୀରେ ପ୍ରତିବାଦ କରାଯାଇଥିଲା । ଏହି ବିକ୍ଷୋଭରେ କରମ ଚାନ୍ଦ ନାଏକ, ସାବନ ପାତ୍ର, ଯୁବରାଜ, ମାନସ ନନ୍ଦ, ମହେଶ, ନିଲୁ ମେହେର ପ୍ରମୁଖ ଛାତ୍ର ନେତା ଉପସ୍ଥିତ ଥିଲେ ।