ପେଟ୍ରୋଲ ଦର ବୃଦ୍ଧିରେ ବୌଦ୍ଧରେ ବିକ୍ଷୋଭ ପ୍ରଦର୍ଶନ

ବୌଦ୍ଧ, (ମମତା ମହାକୁର) : କେନ୍ଦ୍ରରେ ଶାସନାଧିନ ବିଜେପି ସରକାର ଗତ ୨ ମାସ ଭିତରେ ପେଟ୍ରୋଲ, ଡିଜେଲ ଦରକୁ ଅହେତୁକ ଭାବେ ୬ ଥର ଦରବୃଦ୍ଧି କରି ସାରିଲେଣି, ଦର ବୃଦ୍ଧିର ପ୍ରତିବାଦରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ପେଟ୍ରୋଲପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବ୍ଲକ ସଦର ପେଟ୍ରୋଲ ପମ୍ପ ସମ୍ମୁଖରେ ପ୍ରଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲାରେ କୋଭିଡ-୧୯ର କଟକଣା ଜାରି ରହିଥିବା କାରଣରୁ ସାମାଜିକ ଦୂରତାକୁ ଆଖି ଆଗରେ ରଖାଯାଇ ଅଳ୍ପ ଲୋକଙ୍କ ସମାଗମରେ ଏହି ବିକ୍ଷୋଭ କାର୍ୟ୍ୟକ୍ରମ କରାଯାଉଥିଲା ।

ଠିକ୍‌ ସେହିପରି ହରଭଙ୍ଗା ବ୍ଲକ କଂଗ୍ରେସ ସଭାପତି ପଙ୍କଜ କୁମାର କର୍ଣ୍ଣଙ୍କ ନେତୃତ୍ୱରେ ପୁରୁଣା କଟକଠାରେ ରହିଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା । ଶ୍ରୀ କର୍ଣ୍ଣଙ୍କ ସହିତ ପୌଲସ୍ତି ପ୍ରଧାନ, ସାରଙ୍ଗ ଧର ଭୋଇ, ଝରିଆ ବେହେର, ଉମେଶ ନାୟକ, ବୁଦ୍ଧଦେବ ପ୍ରଧାନ, ସମରେନ୍ଦ୍ର ମହାକୁଡ଼ ପ୍ରମୁଖ ପୁରୁଣା କଟକ ବିକ୍ଷୋଭ ପ୍ରଦର୍ଶନରେ ଭାଗ ନେଇଥିଲେ ।

ସେହିପରି ବୌଦ୍ଧ ବ୍ଲକ କଂଗ୍ରେସ ସଭାପତି ଉମେଶ ତ୍ରିପାଠୀଙ୍କ ନେତୃତ୍ୱରେ ବାଉଁସୁଣୀଠାରେ ରହିଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଯାଇଥିଲା ।

ବୌଦ୍ଧ ସହରରେ ରହିଥିବା ପେଟ୍ରୋଲ ପମ୍ପ ଗୁଡ଼ିକରେ ଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ସୂଚନା ମିଳେ, ଶ୍ରୀ ମିଶ୍ରଙ୍କ ସହ ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ, ପ୍ରଦୀପ ଦାସ, ରାୟ ସଂଜୀବ କୁମାର ଦେଓ, ଶିବ ବେହେରା, ପ୍ରଭଞ୍ଜନ ବାରିକ, ପଙ୍କଜ ମେହେର, ଛବି ବେହେରା, ବରୁଣ ଖମାରି, ହୃଷିକେଶ ସାହୁ, ଅର୍ଜୁନ ମହାନନ୍ଦିଆ, ପ୍ରତାପ ପଣ୍ଡା, ଉଦୟ ନାଥ ଶର୍ମା, ଅନିଲ କୁମାର ପ୍ରଧାନ, ଗଣେଶଲାଲ ଅଗ୍ରୱାଲ, ସୁଦର୍ଶନ ଦେହୁରୀ, ସମରେଶ ମିଶ୍ର ପ୍ରମୁଖ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

Comments are closed, but trackbacks and pingbacks are open.