ବଲାଙ୍ଗିର କୃଷକ ସେନା ଓ ଜୟ କିଷାନ ଅନ୍ଦୋଳନ ପକ୍ଷରୁ ବିକ୍ଷୋଭ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର କୃଷକ ସେନା ଓ ଜୟ କିଷାନ ଆନନ୍ଦୋଳନ ତରଫରୁ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାରଙ୍କ କୃଷକମାରଣ ନୀତି ବିରୁଦ୍ଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅବସରରେ କୃଷକ ସେନା ତରଫରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରାଯାଇଛି । ଏହି ଦାବୀପତ୍ରରେ କୁହାଯାଇଛି ଯେ, କରୋନା ଯୋଗୁଁ ଦେଶର ଚାଷୀ, ଖଟିଖିଆ, ଦିନ ମଜୁରିଆ ତଥା ଜନସାଧାରଣ ଦୁର୍ଦ୍ଦିନର ସମ୍ମୁଖୀନ ହୋଇଛନ୍ତି । ଏଭଳି ଘଡିସନ୍ଧି ମୁହୁର୍ତ୍ତରେ ତୈଳଦର, ଅତ୍ୟାବଶକୀୟ ତଥା ଖାଇବା ସାମଗ୍ରୀ ଦର ଅହେତୁକ ଭାବେ ବୃଦ୍ଧି କରି ଛାଲିଛନ୍ତି । ସେହିପରି ଛାଷୀମାନଙ୍କ ଦ୍ୱାରା ବ୍ୟବହୃତ ସାର, କୀଟନାଶକ ଆଦି ଦର ମଧ୍ୟ କେଇ ଗୁଣା ବଢିଛି । ଯାହା ଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ଚାଷୀ ତଥା ଜନସାଧାରଣଙ୍କ ଏହି ସମସ୍ୟାର ଯଥା ଶୀଘ୍ର ସମାଧାନ କରିବାକୁ ଦାବୀ କରାଯାଇଛି । ତେବେ ଏହି ସମସ୍ୟାର ସମାଧାନ ନକଲେ କୃଷକ ସେନା ଓ ଜୟକିଷାନ ସଂଗଠନ ଆନ୍ଦୋଳନାତ୍ମକ ପନ୍ଥା ଧାରଣ କରିବାକୁ ବାଧ୍ୟ ହେବ ବୋଲି ଚେତାଇ ଦେଇଥିବା ବେଳେ ଆଜିର ଏହି କାର୍ଯ୍ରକ୍ରମରେ କୃଷକ ନେତା ସୌରୀ କୁମାର ସାହୁ, ବ୍ୟାସଦେବ ଥନାପତି, ଜସକେତନ ମିଶ୍ର, କ୍ଷୀରସାଗର ସାହୁ, ଆନନ୍ଦ ସାହୁ ଓ ଧମ୍ମ ଦେହେରୀ ପ୍ରମୁଖ ଅଂଶଗ୍ରହଣ ଥିଲେ ।

Leave A Reply

Your email address will not be published.