centurian jitm

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟି ବଳରେ ବିଶ୍ୱ ମହାଶକ୍ତି ଭାବେ ବିକଶିତ ହେଉଛି ଭାରତ

nschool
  • ବିଗତ ଏକ ଦଶନ୍ଧି ମଧ୍ୟରେ ପ୍ରତିରକ୍ଷା, ମହାକାଶ ଓ ପ୍ରଯୁକ୍ତି କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ସଫଳତା ହାସଲ କରିଛି ଦେଶ

ନୂଆଦିଲ୍ଲୀ, (ପିଆଇବି) : ବିଗତ ଏକ ଦଶନ୍ଧି ମଧ୍ୟରେ ବିଶ୍ୱସ୍ତରରେ ଭାରତ ନିଜର ସ୍ଥିତି ସୁଦୃଢ଼ କରିପାରିଛି । ଏକ ବିକାଶଶୀଳ ରାଷ୍ଟ୍ରର ପରିଚୟ ଠାରୁ ଆଗକୁ ବଢ଼ି ପ୍ରତିରକ୍ଷା, ମହାକାଶ ଏବଂ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଅପାର ସମ୍ଭାବନାପୂର୍ଣ୍ଣ ମହାଶକ୍ତି ଭାବେ ଉଭା ହୋଇଛି । ଆତ୍ମନିର୍ଭର ଭାରତ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି କାର୍ଯ୍ୟକ୍ରମ ଜରିଆରେ ଆତ୍ମନିର୍ଭରତା, ନବୋନ୍ମେଷ ଏବଂ ପ୍ରଯୁକ୍ତିଗତ ବିକାଶ ଉପରେ ମୋଦୀ ସରକାର ନିରନ୍ତର ଗୁରୁତ୍ୱାରୋପ କରିବା ଫଳରେ ଦେଶ ଆଧୁନିକ ପ୍ରଯୁକ୍ତି ଓ ସାମର୍ଥ୍ୟ ବିକଶିତ କରିବାରେ ବିଶ୍ୱରେ ଅଗ୍ରଣୀ ପାଲଟିଛି । ସ୍ୱଦେଶୀ ଗବେଷଣାର ସଂସ୍କୃତିକୁ ପ୍ରୋତ୍ସାହନ, ଘରୋଇ-ସରକାରୀ ଭାଗିଦାରୀକୁ ସୁଦୃଢ଼ କରିବା ଏବଂ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ରରେ ରଣନୀତିକ ନିବେଶକୁ ପ୍ରାଥମିକତା ଦେଇ ଭାରତ ଏବେ ବିଶ୍ୱ ମଞ୍ଚରେ କେବଳ ଅଂଶଗ୍ରହଣକାରୀ ନୁହେଁ ବରଂ ଦୃଷ୍ଟାନ୍ତ ସୃଷ୍ଟିକାରୀ ଦେଶରେ ପରିଣତ ହୋଇଛି । ଏହା କେବଳ ପ୍ରଯୁକ୍ତିଗତ ମାଇଲଖୁଣ୍ଟର କାହାଣୀ ନୁହେଁ; ଏହା ମହତ୍ୱାକାଂକ୍ଷା, ବିଶ୍ୱ ମାନ୍ୟତା ଏବଂ ବିଶ୍ୱଗୁରୁ ହେବା ଦିଗରେ ଭାରତର ଅପରିବର୍ତ୍ତନୀୟ ଯାତ୍ରାକୁ ଦର୍ଶାଉଛି । ଭାରତର ପ୍ରତିରକ୍ଷା କ୍ଷେତ୍ର ଏକ ଦୃଷ୍ଟାନ୍ତମୂଳକ ପରିବର୍ତ୍ତନର ସାକ୍ଷୀ ହୋଇଛି । ବିଶ୍ୱର ମହାଶକ୍ତିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବାର ସାମର୍ଥ୍ୟ ରଖିଥିବା ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ହାତଗଣତି ଦେଶମାନଙ୍କ ମଧ୍ୟରେ ଭାରତ ସାମିଲ ହୋଇଛି । ଡିଆର୍‌ଡିଓ ଦ୍ୱାରା ପରିଚାଳିତ ଏବଂ ଆତ୍ମନିର୍ଭରଶୀଳତା ଉପରେ ମୋଦୀ ସରକାରଙ୍କ ଧ୍ୟାନ ଦ୍ୱାରା ସମର୍ଥିତ ଏହି ମାଇଲଖୁଣ୍ଟ ଆଧୁନିକ ଯୁଦ୍ଧ ପାଇଁ ଭାରତର ପ୍ରସ୍ତୁତିକୁ ଦର୍ଶାଉଛି । ନିକଟରେ ଭାରତ ଏକ ଐତିହାସିକ ସଫଳତା କ୍ରମେ ଫିକ୍ସଡ୍-ୱିଙ୍ଗ ଓ ସ୍ୱାର୍ମ ଡ୍ରୋନକୁ ନିଷ୍କ୍ରିୟ କରିବାରେ ସକ୍ଷମ ଲେଜର୍ ଆଧାରିତ ଡାଇରେକ୍ଟ ଏନର୍ଜି ଅସ୍ତ୍ର ପ୍ରଣାଳୀ ବିକଶିତ କରିଛି । ଏଭଳି ସାମର୍ଥ୍ୟ ଭାରତ ବ୍ୟତୀତ କେବଳ ଆମେରିକା, ରୁଷ ଏବଂ ଚୀନ ପାଖରେ ରହିଛି । ୨୦୨୫ରେ ଭାରତ ହାଇପରସୋନିକ୍ କ୍ଷେପଣାସ୍ତ୍ର ପାଇଁ ଏକ ଆକ୍ଟିଭ୍ କୁଲ୍ଡ ସ୍କ୍ରାମଜେଟ୍ର ପରୀକ୍ଷଣରେ ସଫଳ ହୋଇଥିଲା । ପ୍ରଥମ ଥର ପାଇଁ ଦେଶ ଏହି ସଫଳତା ହାସଲ କରିଥିଲା । ନଭେମ୍ବର ୨୦୨୪ରେ ଡିଆର୍‌ଡିଓ ଦେଶର ପ୍ରଥମ ଦୀର୍ଘ ଦୂରଗାମୀ ହାଇପରସୋନିକ କ୍ଷେପଣାସ୍ତ୍ର ସଫଳ ପରୀକ୍ଷଣ କରିଥିଲା । ଏହି କ୍ଷେପଣାସ୍ତ୍ର ଉଭୟ ଆଣବିକ ଏବଂ ପାରମ୍ପରିକ ଅସ୍ତ୍ର ବହନ କରିବାକୁ ସକ୍ଷମ । ଏଭଳି କ୍ଷମତା ସହିତ ଭାରତ ବିଶ୍ୱର ହାତଗଣତି ଦେଶମାନଙ୍କ ମଧ୍ୟରେ ସାମିଲ ହୋଇଥିଲା । ୨୦୨୪ରେ ଭାରତ ଏମ୍‌ଆଇଆର୍‌ଭି ପ୍ରଯୁକ୍ତି ସହିତ ଅଗ୍ନି-୫ ଅସ୍ତ୍ର ପ୍ରଣାଳୀର ପରୀକ୍ଷା କରିଥିଲା । ଏହା ଗୋଟିଏ କ୍ଷେପଣାସ୍ତ୍ରରେ ଏକାଧିକ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବା ଏବଂ ଭିନ୍ନ ଭିନ୍ନ ଲକ୍ଷ୍ୟ ଭେଦ କରିବାରେ ସକ୍ଷମ । ୨୦୨୩ରେ ଭାରତ ସାମୁଦ୍ରିକ ଏଣ୍ଡୋ-ଆଟମସଫେରିକ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଥିଲା । ଏହା ଶତ୍ରୁପକ୍ଷର ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ନିଷ୍କ୍ରିୟ କରିବାରେ ସକ୍ଷମ । ନୌସେନା ପାଖରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଥିବା ବିଶ୍ୱର ବଛା ବଛା କେତୋଟି ରାଷ୍ଟ୍ର ମଧ୍ୟରେ ଭାରତ ଅନ୍ୟତମ ହୋଇପାରିଛି । ସେହି ବର୍ଷ ମସିହାରେ, ସ୍ୱଦେଶୀ ମାନବବିହୀନ ଏରିଆଲ୍ ଯାନର ସଫଳ ଉଡ଼ାଣ ପରୀକ୍ଷଣ ସହିତ ଭାରତ ବିଶ୍ୱର ହାତଗଣତି କେତୋଟି ଦେଶମାନଙ୍କ ମଧ୍ୟରେ ସାମିଲ ହୋଇଥିଲା । ୨୦୧୯ରେ ଭାରତ ମିଶନ ଶକ୍ତି ମାଧ୍ୟମରେ ଉପଗ୍ରହ ନିରୋଧୀ କ୍ଷେପଣାସ୍ତ୍ର ପରୀକ୍ଷା କରି ପୃଥିବୀର ନିମ୍ନ କକ୍ଷପଥରେ ଏକ ଜୀବନ୍ତ ଉପଗ୍ରହକୁ ନଷ୍ଟ କରିପାରିଥିଲା । ଆମେରିକା, ରୁଷ ଏବଂ ଚୀନ ପରେ ଭାରତ ଏଭଳି ଏକ ସଫଳତା ହାସଲ କରିବାରେ ସକ୍ଷମ ହୋଇଛି । ଭାରତୀୟ ମହାକାଶ ଗବେଷଣା ସଂଗଠନ-ଇସ୍ରୋ ନେତୃତ୍ୱରେ ମହାକାଶ ପ୍ରଯୁକ୍ତି କ୍ଷେତ୍ରରେ ଭାରତ ଅନେକ ସଫଳତା ହାସଲ କରିଛି । ମୋଦୀ ସରକାର ମହାକାଶ କ୍ଷେତ୍ରରେ ପାଣ୍ଠି ଓ ସଂସ୍କାର ବୃଦ୍ଧି କରିବାରୁ ଦେଶ ମହାକାଶ କ୍ଷେତ୍ରରେ ସଫଳତା ହାସଲ କରିଥିବା ବିଶ୍ୱସ୍ତରୀୟ ଦେଶଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛି । ନିକଟରେ ଭାରତ ଉପଗ୍ରହ ଡକିଂ ଏବଂ ଅନଡକିଂ ପ୍ରଯୁକ୍ତି ହାସଲ କରିବାରେ ବିଶ୍ୱର ହାତଗଣତି ଦେଶ ମଧ୍ୟରେ ସାମିଲ ହୋଇପାରିଛି ଯାହା ଆଗାମୀ ଦିନରେ ଅଧିକ ବ୍ୟାପକ ମହାକାଶ ଅନ୍ୱେଷଣରେ ସହାୟକ ହୋଇପାରିବ । ୨୦୨୩ରେ ଭାରତ ପ୍ରଥମ ଦେଶ ଭାବେ ଚନ୍ଦ୍ର ପୃଷ୍ଠର ଦକ୍ଷିଣ ମେରୁରେ ପହଞ୍ଚିବାରେ ସକ୍ଷମ ହୋଇଥିଲା । ଏଥିସହିତ ଆମେରିକା, ରୁଷ ଏବଂ ଚୀନ ପରେ ଚତୁର୍ଥ ଦେଶ ଭାବେ ଚନ୍ଦ୍ର ପୃଷ୍ଠରେ ମହାକାଶ ଯାନ ଅବତରଣରେ ସଫଳତା ହାସଲ କରିଥିଲା । ୨୦୨୨ରେ ବିଶ୍ୱର ଷଷ୍ଠ ଦେଶ ଭାବେ ଭାରତ କ୍ରାୟୋଜେନିକ ଇଞ୍ଜି ଉତ୍ପାଦନ କ୍ଷମତା ହାସଲ କରିଥିଲା । ୨୦୧୭ରେ ଭାରତ ବିଶ୍ୱର ଏକମାତ୍ର ଦେଶ ଭାବେ ଗୋଟିଏ ମିଶନରେ ୧୦୦ରୁ ଅଧିକ ଉପଗ୍ରହ ମହାକାଶକୁ ପଠାଇଥିଲା । ପ୍ରତିରକ୍ଷା ଓ ମହାକାଶ କ୍ଷେତ୍ର ବ୍ୟତୀତ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଭାରତ ବିଶ୍ୱରେ ଅଗ୍ରଣୀ ହୋଇପାରିଛି । ସେମିକନ୍ ଇଣ୍ଡିଆର ଘୋଷଣା ସହିତ ସେମିକଣ୍ଡକ୍ଟର କ୍ଷେତ୍ରରେ ଦେଶ ଏକ ମହାଶକ୍ତି ଭାବେ ବିକଶିତ ହେଉଛି । ବିଶ୍ୱର ଅଗ୍ରଣୀ ସଂସ୍ଥା ସହ ଚିପ୍ ଉତ୍ପାଦନ ନିମନ୍ତେ ଭାରତ ରାଜିନାମା ସ୍ୱାକ୍ଷର କରିଛି । କ୍ୱାଣ୍ଟମ ପ୍ରଯୁକ୍ତି ଓ ପ୍ରୟୋଗ ପାଇଁ ଭାରତ ୨୦୨୦ରେ ଜାତୀୟ ମିଶନ ଘୋଷଣା କରିଥିଲା । ଏହି ଯୋଜନା ପାଇଁ ୬,୦୦୦ କୋଟି ଟଙ୍କା ଆବଣ୍ଟନ କରିବା ସହିତ ଦେଶ ଔପଚାରିକ ଭାବେ କ୍ୱାଣ୍ଟମ କମ୍ପ୍ୟୁଟିଂ କ୍ଷେତ୍ରରେ ପ୍ରବେଶ କରିଥିଲା ।

Leave A Reply

Your email address will not be published.