ବିକାଶ ଶାଖା ଦ୍ୱାରା ବୃକ୍ଷରୋପଣ

କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଆହ୍ୱାନରେ “ଏକ ପେଡ ମା’ କେ ନାମ” ଅଭିଯାନରେ ୭୫ ଲକ୍ଷ ଗଛ ଲଗାଇବାର କାର୍ଯ୍ୟକ୍ରମ ହେଉଛି । ଏହି ଅବସରରେ ମାରୱାଡି ଯୁବାମଞ୍ଚ, କଣ୍ଟାବାଞ୍ଜି ବିକାଶ ଶାଖା ପକ୍ଷରୁ ଅଧ୍ୟକ୍ଷ ନିଖିଲ ଅଗ୍ରୱାଲ ଓ ସଚିବ ନବନୀତ ଅଗ୍ରୱାଲଙ୍କ ନେତୃତ୍ୱରେ ସ୍ଥାନୀୟ ବଙ୍ଗୋମୁଣ୍ଡା ରୋଡ଼ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ସୁଯୋଗରେ ବିଭିନ୍ନ ଫଳଦାୟକ, ଛାୟାଦାୟକ ଓ ସୁଗନ୍ଧିତ ପ୍ରଜାତିର ୭୫ଟି ଚାରା ରୋପଣ କରାଯାଇଥିଲା । ସଭ୍ୟମାନେ ଏହି ଚାରାଗୁଡ଼ିକୁ ଗଛ ରୂପେ ବିକଶିତ ହେବା ପର୍ଯ୍ୟନ୍ତ ଦାୟିତ୍ୱର ସହିତ ସୁରକ୍ଷା ଓ ଯତ୍ନ ନେବା ପାଇଁ ସଂକଳ୍ପ କରିଥିଲେ । ଏହି କାର୍ଯ୍ୟକ୍ରମର ସଫଳ ସମ୍ପାଦନ ଯୁବ ମନୀଷ ଅଗ୍ରୱାଲ ଓ ଯୁବ ବଜରଙ୍ଗ ଅଗ୍ରୱାଲଙ୍କ ଦ୍ୱାରା ସଚେତନତା ଓ ସମର୍ପଣ ଭାବରେ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୁବ ସୁମିତ ଜୈନ, ଯୁବ ଆଶିଷ ଖେତାନ, ଅଧ୍ୟକ୍ଷ ଯୁବ ନବନୀତ ଅଗ୍ରୱାଲ, ଯୁବ ଆଲୋକ ଗୋୟଲ ଓ ଯୁବ ନାରାୟଣ ଜିନ୍ଦାଲଙ୍କ ସହିତ ଅନେକ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.